No Result
View All Result
୧୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀର ମାଳତୀ ପାଟପୁର ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ଗ୍ରାମ ତୁଳସୀ ଚଉରା ର ମହତ୍ୱ କୁ ନିଜେ ଚିତ୍ରକୂଟ ତୁଳସୀ ପୀଠାଧୀଶ ଜଗତଗୁରୁ ପଦ୍ମ ବିଭୂଷଣ ରାମ ଭଦ୍ରାଚାର୍ଯ୍ୟ ଜୀ ମହାରାଜ ଅନୁଭବ କରି ତୁଳସୀ ଦାସଙ୍କ ସିଧ୍ୟ ପୀଠରେ ସନ୍ଥ ତୁଳସୀ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ସ୍ଥିର କରିବା ସହିତ ପୁରୀ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଜଗତଗୁରୁଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କୁ ଏହିକାର୍ଯ୍ୟ ସମ୍ପାଦନ ନିମନ୍ତେ ପରାମର୍ଶ ଦେଇଥିଲେ |
ଗୁରୁଙ୍କ ପରାମର୍ଶ କୁ ପାଳନ କରି ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ସହିତ ଆଲୋଚନା କରି ଉତ୍ସବ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରିଥିଲେ |ପରେ ତୁଳସୀ ଚଉରା ଗ୍ରାମରେ ପହଞ୍ଚି ସିଦ୍ଧ ପୀଠ ଦର୍ଶନ କରିବା ସହିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ |ଜୁଲାଇ ୯ ତାରିଖରେ ତୁଳସୀ ଦାସ ସିଦ୍ଧ ପୀଠରେ ଭବ୍ୟ ଉତ୍ସବ ଆୟୋଜନ କରାଯିବା ସହିତ ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,
ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଜୀ ମହାରାଜଙ୍କ ସମେତ ସାଧୁ ସନ୍ଥ ମହନ୍ତ ଉପସ୍ଥିତ ରହିବେ ବୋଲି ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ସୂଚନା ପ୍ରଦାନ କରିଛନ୍ତି | ଆଜିର ବୈଠକରେ ଜଗନ୍ନାଥ ଷଡ଼ଙ୍ଗୀ, ସରପଞ୍ଚ ବୀରେନ୍ଦ୍ର ମହାପାତ୍ର,ଗ୍ରାମ କମିଟି ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର,ରଞ୍ଜିତ ମହାପାତ୍ର, ଶ୍ରୀକାନ୍ତ ମହାପାତ୍ର, ଗଦାଧର ମିଶ୍ର, ସତ୍ୟନାରାୟଣ ମିଶ୍ର, ସରୋଜ କୁମାର ମହାପାତ୍ର, ଜୟରାମ ମହାପାତ୍ର, ଓମ ମହାପାତ୍ର, କାର୍ତ୍ତିକ ପଣ୍ଡା, ଶତ୍ରୁଘ୍ନ ପଟ୍ଟନାୟକ, ଲଛମନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

No Result
View All Result