୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ତରିକ ଉଦ୍ୟମ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସ୍ବିକୃତିପରେ ପୁର୍ବତଟ ରେଳପଥ ର ଖୋର୍ଦ୍ଧା ବଲାଙ୍ଗିର ରେଳ ଲାଇନରେ ଅବସ୍ଥିତ ବୋଲଗଡ ପାସେଞ୍ଜର୍ ହଲ୍ଟ ନିୟମିତ ରେଳଷ୍ଟେସନ ରେ ପରିଣତ ହୋଇଛି।ବୋଲଗଡ ରେଳଷ୍ଟେସନ କ୍ରିୟାନୁଷ୍ଠାନ କମିଟି ନେତୃତ୍ବରେ ବୋଲଗଡ଼ ଅଞ୍ଚଳ ବାସୀ ଏଥିନେଇ ଦାବୀ କରିଆସୁଥିବା ବେଳେ ଗତ ବର୍ଷ ଜୁଲାଇ ୧ ତାରିଖ ପବିତ୍ର ଶ୍ରୀଗୁଣ୍ଡିଚା ଦିନରେ ଏହା କାର୍ଯ୍ୟକ୍ଷମ ହେବା ନେଇ ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏଥିନେଇ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଡିଆରଏମ ରିଙ୍କେଶ ରାୟ ବୋଲଗଡ ଷ୍ଟେସନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନଙ୍କୁ ଡକାଇ ନିୟମିତ ରେଳ ଷ୍ଟେସନର କାର୍ଯ୍ୟକ୍ଷମ ନେଇ ଏକ ବିଶେଷ ପ୍ରସ୍ତୁତି ବୈଠକରେ ଆଲୋଚନା କରିଥିଲେ ।

ମିଳିଥିବା ସୁଚନା ଅନୁଯାୟି ପାସେଞ୍ଜର୍ ହଲ୍ଟକୁ ନିୟମିତ ରେଳଷ୍ଟେସନ ରେ ରୁପାନ୍ତରିତ କରିବା ପାଇଁ ଅନେକ ଆନୁଷଙ୍ଗିକ କାର୍ଯ୍ୟକରିବା ଆବଶ୍ୟକ ଅଛି ଏଥିନେଇ ମୁଖ୍ୟତଃ ଷ୍ଟେସନରେ ଦୁଇଟି ରେଳ ଲାଇନ ସହ ସିଗନାଲ ପୋଷ୍ଟ,ଯାତ୍ରୀ ପ୍ରତିକ୍ଷା ଗୃହ ,କାର୍ଯ୍ୟାଳୟର ବିସ୍ତାର କର୍ମଚାରୀ ରହଣିଗୃହ ଆଦି ସମେତ ଅନେକ କିଛି ନିର୍ମାଣର ଆବଶ୍ୟକତ ରହିଛି ତେବେ ସ୍ବଳ୍ପସମୟରେ ଏହିସବୁ କାର୍ଯ୍ୟ ସମାପନ ସମ୍ଭବ ନୁହେଁ ବୋଲି କହିଥିଲେ।ତେବେ ବିଳମ୍ବରେ ହେଲେ ମଧ୍ୟ ଷ୍ଟେସନ ମାନ୍ୟତା ପାଇଥିବା ଏହି ପସେଞ୍ଜର ହଲ୍ଟର ରୂପାନ୍ତରଣ କାର୍ଯ୍ୟ ମେ ମାସ ରୁ ଆରମ୍ଭ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ଦ୍ଵିତୀୟ ରେଲୱେ ଟ୍ରାକ ଲାଇନ୍ ପାଇଁ ଟେଣ୍ଡର ବିଜ୍ଞପ୍ତି ପରେ ମାଟି ଉଠା କାମ ଚାଲୁ ରହିଛି।ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ଷ୍ଟେସନ ଦାୟିତ୍ୱ ରେ ଥିବା ଟିକେଟ ବୁକିଂ ଏଜେଣ୍ଟ ରମାକାନ୍ତ ବେବର୍ତ୍ତା ପଟ୍ଟନାୟକ ସୂଚନା ଦେଇଛନ୍ତି।ତେବେ ଏହା ନିୟମିତ ରେଳ ଷ୍ଥେସନ ମାନ୍ୟତା ପାଇବା ପରେ ଏହି ରେଳପଥ ଦେଇ ଯାଉଥିବା ସମସ୍ତ ରେଳଗାଡି ଏଠାରେ ରହଣି କରୁଛି ଏବଂ ଅନ୍ୟାନ୍ୟ ଅନୁଷଙ୍ଗିକ ନିର୍ମାଣ କାର୍ଯ୍ୟ ପରେ ଏହା ପୂର୍ଣ କାର୍ଯ୍ୟକ୍ଷମ ହେବା ସହ ଷ୍ଟେସନ ମାଷ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ପ୍ରକ୍ରୀୟା ଆରମ୍ଭ ହେବ ବୋଲି ଜଣାପଡିଛି।














