ଦେବୋତ୍ତର ବିଭାଗ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ
ଲାଇନ୍ ର ଅବ୍ୟବସ୍ଥା ଯୋଗୁଁ ଅସନ୍ତୋଷ ଅଭିଯୋଗ
୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ତୀର୍ଥ ପୀଠ ହରିଶଙ୍କର ଠାରେ ସର୍ବଭାରତୀୟ ସ୍ବଲାଖ ବିଞ୍ଜାଲ ସମାଜ ଓ ବିଶ୍ଵାସେ ଦଳ ସମାଜ ପକ୍ଷରୁ ମାଁ ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଶୀତଳଷଷ୍ଠୀ ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ଜୈଷ୍ଠ ମାସର ଶୁକ୍ଳପକ୍ଷ ଚର୍ତୁଥି ତିଥି ୯ /୦୬/୨୪ ରବିବାର ଦିନ ସକାଳ ସମୟରେ ମାଁ ବିନ୍ଦ୍ୟବାସିନୀ ମନ୍ଦିର ରୁ ବିଞ୍ଜାଲ ସମାଜ ର ହଜାର ହଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ହରିଶଙ୍କର ରେ ବହୁଥିବା ପାପ ନାଶିନୀ ଝରଣା ରୁ ପୂର୍ଣ୍ଣ କଳସରେ ପାଣି ଆଣି ପୂଜାର୍ଚ୍ଚନା ବିବାହ ମଣ୍ଡପ କଳସସ୍ଥାପନ କରିଯାଇଥିଲା । ୧୦ ତାରିଖ ଦିନ ଶୀତଳ ଷଷ୍ଠୀ ଦିବସରେ ପରମ୍ପରା ଅନୁସାରେ ପୂଜା ବିଧି ସହ ଗୁଆ ଚୁପା ଓ ନଡିଆ ଧରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟ ରେ ଦଳ ସମାଜ ତଥା ପିତା ପକ୍ଷରୁ ନାନ୍ଦୁପଲା ଗ୍ରାମରୁ ଏକ ବିରାଟ ଶୋଭାଯାତ୍ରା ବରଯାତ୍ରି ବାହାରି ମୁଖ୍ୟ ଶିବ ମନ୍ଦିର ରୁ ମାଁ ବିନ୍ଦ୍ୟବାସିନୀ ମନ୍ଦିର କୁ ବର ଆଗମନ କରିଥିଲେ ।
ଦୈବିକ ନୀତି ଅନୁସାରେ ଶିବ ଓ ପାର୍ବତୀଙ୍କ ବିବାହ କାର୍ଯ୍ୟ କରାଯାଇଥିଲା । ବରଯାତ୍ରୀ ଆସିଥିବା ଶ୍ରଦ୍ଧାଳୁମାନେ ମାଁ ଙ୍କ ଘରେ ପ୍ରସାଦ ସେବନ କରି ଉଲ୍ଳାସିତ ହୋଇଥିଲେ ଓ ରାତିରେ କନ୍ୟାପକ୍ଷରୁ ମନରୋଞ୍ଜନ କାର୍ଯ୍ୟକ୍ରମ ର ସୁବ୍ୟବସ୍ଥା କରାଯାଇଥିଲା ଓ ଭଗବାନ ଶିବ ଓ ମାଁ ପାର୍ବତୀ ଙ୍କ ବିବାହ ପାଣିଗ୍ରହଣ କରାଯାଇଛି ।୧୦ /୦୬/୨୪ ସୋମବାର ଦିନ କନ୍ୟାଦାନ କରି ମାଁ ପାର୍ବତୀ ଙ୍କୁ ଘଣ୍ଟ,ମୃଦୁଙ୍ଗ ,ବଜା ବଜାଇ ମାଁ ବିନ୍ଦ୍ୟବାସିନୀ ଙ୍କ ରୁ ବରପକ୍ଷ ହରିଶଙ୍କର ବାବା ଙ୍କ ପାଖକୁ ଅଣାଯାଇଛି । ଏଥିରେ ମାଁ ପାର୍ବତୀ ଙ୍କ ପିତାମାତା ହିସାବରେ ଯଦୁମଣି ବରିହା ଓ ତାଙ୍କ ଧର୍ମପତ୍ନୀ ଗୋମତୀ ବରିହା ଦାୟିତ୍ଵ ତୁଲାଇ ଥିବା ବେଳେ ବର ପିତା ମାତା ତ୍ରିନାଥ ପୂଝାରୀ ,ତାଙ୍କ ପତ୍ନୀ ସତ୍ୟଭାମା ପୂଝାରୀ ହିସାବରେ ଦାୟିତ୍ବ ତୁଲାଇଥିଲେ ।
ଉପଲାଟ ସଭାପତି ଚନ୍ଦ୍ର ଶେଖର ବାଗ , ଶିକ୍ଷାବିତ୍ ଶଙ୍କର ପ୍ରସାଦ ମାଝି , ପୂର୍ବତନ ଜିଲା ସଭାପତି ପଦ୍ମନ ସିଂ ବରିହା,ଅର୍ଜୁନ ବରିହା ,,ଜିଲ୍ଲା ର ୧୪ ଟା ବ୍ଳକର ସଭାପତି ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା , ପାଟଣାଗଡ ବ୍ଳକ ସଭାପତି କିଶୋର ଚନ୍ଦ୍ର ବରିହା,କୋଷାଧ୍ୟକ୍ଷ ଗୌରୀଶଙ୍କର ବରିହା , ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା,ଦେଓଗାଁ ବ୍ଳକ ସଭାପତି ମଦନ ବରିହା,ଉପସଭାପତି କେଶବ ବରିହା ,ସଂପାଦକ ବିମଳ ବରିହା , ଶଶିକାନ୍ତ ବରିହା , କିଶୋର ବରିହା,ବିପିନ ବରିହା ,କୁଶଳ ବରିହା , ବିରଞ୍ଚି ବରିହା ,ପିଛାଲୁ ବରିହା ,ନାଥ ବରିହା ,ମହେଶ ବରିହା , ,ବୃନ୍ଦାବନ ବରିହା ,କୈବଲ୍ୟ ବରିହା ,ପରିକ୍ଷିତ ବରିହା ,ବୁଡୁବରିହା ,ଦିନବନ୍ଧୁ ବରିହା ,,ଲକ୍ଷେଶ୍ଵର ବରିହା ,ଦିର୍ଯ୍ୟୁ ବରିହା ,ବୁଧୁବରିହା ,ବିରେନ୍ଦ୍ର ବରିହା ,ନରେନ୍ଦ୍ର ବରିହା କୁରେଶ୍ଵର ବରିହା, ବିଜୟ ସିଂ ବରିହା ,
ଶିକ୍ଷୟିତ୍ରି ସିତୟାବରିହା, ବିନୋଦିନୀ ବରିହା ନାରିନେତ୍ରି କଲାବତୀ ବରିହା ,ଠଣ ସୂନ୍ଦର ବରିହା ଙ୍କ ସହ ବିନ୍ଧ୍ୟ ବାସନ୍ତୀ ହରିଶଙ୍କର ମନ୍ଦିର ମ୍ୟାନେଜର ଗୁପ୍ତେଶ୍ୱର କୁଅଁର ,ଦଳ ସମାଜ ସଭାପତି ତୁଲସି ଭୋଇ , ଅନ୍ୟ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷରେ ଶିତଳ ଷଷ୍ଠୀ ମହୋତ୍ସବ ରେ ଲାଇନ୍ ର ଅବ୍ୟବସ୍ଥା ଥିବା ରୁ ଅସନ୍ତୋଷ ଦେଖାଦେଇଥିଲା ।ପ୍ରଶାସନ ପକ୍ଷରୁ ଶିତଳ ଷଷ୍ଠୀ ମହୋତ୍ସବ ପାଇ ଆର୍ଥିକ ଅନୁଦାନ ଯୋଗାଇଦେବା ସହ ପାନୀୟ ଜଳ , ଲାଇନ୍ ର ସୁବ୍ୟବସ୍ଥା କରିବା ପାଇଁ ଦାବୀ ହେଉଛି । ଏହି ଶିତଳ ଷଷ୍ଠୀ ଶିବ ବିବାହ ମହୋତ୍ସବ ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସମସ୍ତ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଶିତଳ ଷଷ୍ଠି ମହୋତ୍ସବ କୁ ଆହୁରୀ ସରସ ସୁନ୍ଦର କରିବାକୁ ଦେବୋତ୍ତର ବିଭାଗ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି .।