୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମମ୍ ଟ୍ରଷ୍ଟ ଓ ଜାତୀୟ ସ୍ତରୀୟ ଅନୁଷ୍ଠାନ ସ୍ୱିଚ୍ଅନ୍ ଫାଉଣ୍ଡେସନ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଶାନ୍ତିପଲ୍ଲୀ ନୂଆ ଆବାସିକ କଲୋନୀ(ମହର୍ଷି କଲେଜ୍ ନିକଟସ୍ଥ) ଠାରେ, ବିଶ୍ଵ ପରିବେଶ ଦିବସ ପାଳନ ଅବସର ରେ ଏହ କାର୍ଯକ୍ରମ ” ସୁଖୀ ପରିବେଶ ଦିବସ-୨୦୨୪” ଅନୁଷ୍ଠିତ ହୋଇଥିଲା l
ଏହି ଅବସର ରେ ସ୍ଥାନୀୟ ପିଲାମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ନିଜର ଚିତ୍ର ମାଧ୍ୟମ ରେ କିପରି ପରିବେଶ କୁ ସୁରକ୍ଷା କରା ଯାଇ ପାରିବ ନିଜର ମତ ରଖିଥିଲେ l ପ୍ରାରମ୍ଭ ରେ ମମ୍ ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାପତି ଶ୍ରୀମତୀ ସୁଜାତା ନାୟକ, ସମ୍ପାଦିକା ମଧୁସ୍ମିତା ନାୟକ,
ସ୍ଵେଚ୍ଛାସେବୀ କାମଦେବ ତରାଇ, ସାମାଜିକ କର୍ମୀ ସତ୍ୟ ବିଶ୍ଵାଳ ଓ ସ୍ଥାନୀୟ ଅଭିଭାବକ ମାନେ ପରିବେଶ ସୁରକ୍ଷା ଉପରେ ପିଲା ମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମ ରେ ବୁଝାଇ ଥିଲେ l ତାପରେ ପିଲାମାନେ ପରିବେଶ କୁ କିପରି ସୁରକ୍ଷା କରି ପାରିବା ତା ଉପରେ ନିଜ ନିଜର ଭାବନାକୁ ଚିତ୍ର ମାଧ୍ୟମ ରେ ପରିପ୍ରକାଶ କରିଥଲେ l
ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯକ୍ରମ ରେ ୫୦ ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ l