୧୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା : -> ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳସାଖମଣ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ ହେରଫେର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ସମବାୟ ସମିତିର ସମ୍ପାଦକ ରଘୁନାଥ ମହାଖୁଡ଼ । ଶ୍ରୀ ମହାଖୁଡ଼ ୫୦୯ କୁଇଣ୍ଟାଲ ୮୨ କେଜି ଧାନ ହେରଫେର କରିଥିବା ଅଭିଯୋଗ ହୋଇଛି। ଦୁଇ ବର୍ଷ ତଳେ ଏଭଳି ସମାନ ଘଟଣାରେ ରଘୁନାଥ ମହାଖୁଡ଼ ଗିରଫ ହୋଇ ଜେଲ୍ ଯାଇଥିଲେ ।
ସମବାୟ ବିଭାଗ ପକ୍ଷରୁ ଅନୁକମ୍ପା ପାଇ ମାମଲା ବିଚାରାଧୀନ ଥିଲେ ମଧ୍ୟ ତାଙ୍କୁ ପୁଣି ସମ୍ପାଦକ ପଦବିରେ ଅବସ୍ଥାପିତ କରାଯାଇଥିଲା । ଧାନ ହେରଫେର ଘଟଣାର ତଦନ୍ତ କରାଯିବା ସହ ରଘୁନାଥଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବାଣୀଗେଚ୍ଛା ଥାନାଧୁକାରୀ ଲକ୍ଷ୍ମଣ ଦଣ୍ଡସେନା ସୂଚନା ଦେଇଛନ୍ତି।















