୦୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକ ପାଣ୍ଡିଆନ । ବିଜେଡିର ପରାଜୟ ପାଇଁ ହାତ ଯୋଡ଼ି କ୍ଷମା ମାଗିଲେ, କହିଲେ ମହାପ୍ରଭୁଙ୍କ କୃପାରୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିଲି ଏବଂ ସଫଳ ହୋଇଛି । ମୋର କୌଣସି ଉଦ୍ଦେଶ୍ୟ ନଥିଲା କେବଳ ପ୍ରିୟର ନେତା ନବୀନ ପଟ୍ଟନାୟକଙ୍କୁ ସହାୟତା କରିବାକୁ ରାଜନୀତିକୁ ଆସିଥିଲି ।
ସେ ଏହା ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକ ମୋର ଗୁରୁ । ବିଜେଡିର କୌଣସି ପଦରେ ନଥିଲି କିମ୍ବା ରାଜନୀତି ଲଢୁନଥିଲି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛି । ମୟୁରଭଞ୍ଜ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ କାର୍ଯ୍ୟ କରିଛି । ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି । ୨୦୨୩ରେ ଆଇଏଏସ ରୁ ଅବସର ନେଇ ନଭେମ୍ବର ୨୭ରେ ରାଜନୀତିରେ ଯୋଗ ଦେଇଥିଲେ । ସେ କହିଛନ୍ତି କରୋନା ସମୟରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ବୁଲି ସ୍ୱାସ୍ଥ୍ୟ କେନ୍ଦ୍ରର ସମୀକ୍ଷା କରିଥିଲି ଏବଂ ବାତ୍ୟା ସମୟରେ ନବୀନ ବାବୁଙ୍କୁ ସହଯୋଗ କରିଥିଲି ।














