୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବାଣପୁର ସ୍ଥିତ ଐତିହାସିକ ପଲଟଣ ପଡ଼ିଆରେ ଆଜି ଏକତା ପରିଷଦ ଟ୍ରଷ୍ଟ, ବାଣପୁର ଓ ପ୍ରୋଜେକ୍ଟ ପଏଣ୍ଟ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ ଉଦଘାଟିତ ହୋଇଯାଇଛି।
ପ୍ରାରମ୍ଭରେ ପ୍ରୋଜେକ୍ଟ ପଏଣ୍ଟ ର କର୍ମକର୍ତ୍ତା ସଂଗ୍ରାମ କେଶରୀ ସାମନ୍ତରାୟ ସୂଚନା ଦେବା ପରେ ଏକତା ପରିଷଦ ଟ୍ରଷ୍ଟ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ସନ୍ଧ୍ୟା ଦେବୀ ଉତ୍ସବ ର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଅତିଥି ଭାବେ ଖୋର୍ଦ୍ଧା ନେହେରୁ ଯୁବ କେନ୍ଦ୍ର ର ବିପିନ କୁମାର,
ଓଡ଼ିଶା ସାଧାରଣ ଉଦ୍ୟୋଗ ବିଭାଗ ର ସ୍ଵତନ୍ତ୍ର ସଚିବ ନୀହାର ରଞ୍ଜନ ଦାସ, ଓଡ଼ିଆ ଭାଷା, ସଂସ୍କୃତି ବିଭାଗ ର ସ୍ଵତନ୍ତ୍ର ସଚିବ ମଧୁସୂଦନ ପାଢ଼ୀ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମିଟୁ ନାୟକ, ପ୍ରିୟମ୍ବଦା ନାୟକ, ଆଶୁତୋଷ ସିଂହ,, ବାଣପୁର ନେହେରୁ ଯୁବ ସଂଘ ର ସମ୍ପାଦିକା ସରୋଜିନୀ ଦାସ,