No Result
View All Result
■ ଦଶପଲ୍ଲା ଗ୍ରାମାଞ୍ଚଳରେ ସକ୍ରିୟ କେନ୍ଦୁପତ୍ର ମାଫିଆ ।
■ ସରକାରୀ ଅନୁଦାନ ପାଇ କେନ୍ଦୁପତ୍ର ତୋଳାଳୀ ଖୁସ୍ ।
୦୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଯେଉଁ କେନ୍ଦୁପତ୍ର ପାଇଁ ଭାରତ ମାନଚିତ୍ରରେ ଓଡିଶା ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲା, ଯେଉଁ କେନ୍ଦୁପତ୍ର ଲାଭାଂଶ ରେ ଓଡିଶାର ଅର୍ଥନୈତିକ ପ୍ରଗତି ତ୍ବରାନ୍ବିତ ହେଉଥିଲା, ସେହି କେନ୍ଦୁପତ୍ର ଉପରେ ଏବେ ଦୃଷ୍ଟି ପଡିଛି ମାଫିଆ ମାନଙ୍କର । ଏ ବର୍ଷ ପାଗ ଅନୁକୁଳ ଥିବାରୁ ପୂର୍ବବର୍ଷ ତୁଳନାରେ ୨ ଗୁଣ କେନ୍ଦୁପତ୍ର ସଂଗ୍ରହ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିଲା ବେଳେ, ବିଭାଗର ଅପାରଗତା କାରଣରୁ ସଂଗୃହିତ କେନ୍ଦୁପତ୍ର ର ସିଂହ ଭାଗ କେନ୍ଦୁପତ୍ର ମାଫିଆ ମାନଙ୍କ ହାତକୁ ଚାଲି ଯାଉଛି ।

ବିଭାଗୀୟ କର୍ମଚାରୀ କଂ ଖାମ୍ ଖିଆଲ ନୀତି ଯୋଗୁଁ, ଅଧିକାଂଶ କେନ୍ଦୁପତ୍ର ତୋଳାଳୀକୁଂ ଉପଯୁକ୍ତ ପ୍ରାପ୍ୟ ଦିଆଯାଉନଥିବା ବେଳେ, ପରିଚୟପତ୍ର ଓ ବିକ୍ରୟ କାର୍ଡ ହୋଇନପାରିବା ଯୋଗୁଁ ସେମାନେ ସରକାରଙ୍କୁ କେନ୍ଦୁପତ୍ର ବିକ୍ରୟ କରିପାରି ନ ଥାନ୍ତି । ଏହାର ସୁଯୋଗ ନେଇ କଟକ ଜିଲ୍ଲା ବଡମ୍ବା, ନରସିଂହପୁର ଅଂଚଳର ଚୋରା ବ୍ୟବସାୟୀ ମାନେ, ଗରିବ ନୀରିହ ଆଦିବାସୀ ମାନଙ୍କ ଠାରୁ ଶାଗ ମାଛ ମୂଲ୍ୟରେ କେନ୍ଦୁପତ୍ର କିଣି ନେଇ ଲାଭବାନ ହୋଇଥାନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁପତ୍ର ମାଫିଆଙ୍କର ପ୍ରତିନିଧିମାନେ ଗାଁ ଗାଁ ବୁଲି , ଉଚ୍ଚ ଦରର ଲୋଭ ଦେଖାଇ , ତୋଳାଳୀ ମାନଙ୍କୁ ଅଗ୍ରୀମ ଟଂକା ଦେଇ ଉନ୍ନତମାନର କେନ୍ଦୁପତ୍ର ଗୁଡିକୁ ନେଇଯାଇଥାନ୍ତି । ଫଳତଃ ଗରିବ କେନ୍ଦୁପତ୍ର ପତ୍ର ତୋଳାଳି ଟି ପ୍ରତ୍ୟକ୍ଷ ଓ ପରୋକ୍ଷରେ ଶୋଷିତ ହୋଇଥାଏ । ଏହି ମାଫିଆଙ୍କ ପ୍ରତିନିଧି ମାନେ କେନ୍ଦୁପତ୍ର ସଂଗରେ କିପରି ଆଜେ ବାଜେ ପତ୍ର ମିଶାଇ , ସରକାରଙ୍କୁ ଠକାଯାଇ ପାରିବ ତାହାର ସୂତ୍ର ମଧ୍ୟ, ତୋଳାଳି ମାନଙ୍କୁ ବତାଇ ବିଭାଗ ତଥା ସରକାରଙ୍କୁ କ୍ଷତିଗ୍ରସ୍ତ କରିଥାନ୍ତି ।

ଏ ସଂପର୍କିତ ସମସ୍ତ ତଥ୍ୟ ଦଶପଲ୍ଲା କେନ୍ଦୁପତ୍ର ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କ ପାଖରେ ଥିଲେ ମଧ୍ୟ , କର୍ମଚାରୀ ମାନକଂର ନିଦାବିଷ୍ଣୁ ଭଳି ଆଚରଣ, ସର୍ବସାଧାରଣକଂ ମନରେ ସନ୍ଦେହ ସୃଷ୍ଟି କରୁଛି । ତଥାପି, ଓଡ଼ିଶା ସରକାରଙ୍କ ଦ୍ବାରା କେନ୍ଦୁପତ୍ର ତୋଳାଳୀ କଂ ପାଇଁ ,ପ୍ରଣୀତ ନୀତି ଓ ମଂଗଳକାରୀ ଯୋଜନା କେନ୍ଦୁପତ୍ର ଶ୍ରମିକଙ୍କ ମନରେ ହସଫୁଟାଇ ପାରିଛି ।

No Result
View All Result