୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ବର୍ତ୍ତମାନ ଯୁଗରେ ବିଭିନ୍ନ ପ୍ରକାରର ପନିପରିବା ତଥା ଫଳ ଜାତିୟ ଫସଲ କୁ ଅଧିକ ଉତ୍ପାଦନ ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ସାରର ବ୍ୟବହାର କରାଯାଉ ଥିବାରୁ ଖାଦ୍ୟ ର ସ୍ବାଦିଷ୍ଟ କମିବାରେ ଲାଗିଛି। ଏଣୁ ବିନା ରାସାୟନିକ ସାରର ପ୍ରୟୋଗ ରେ ଉତ୍ପାଦନ ହେଉଥିବା ଫସଲ ଦ୍ରବ୍ୟ ର ଚାହିଦା ରହିଛି । ଯାହାକୁ ଲୋକେ ଖାଇବାକୁ ପସନ୍ଦ ଅଧିକ କରିଥାଆନ୍ତି । ଏହିପରି ଏକ ଆଦର୍ଶ ଚାଷୀ ଜୈବିକ ପ୍ରଣାଳୀରେ ଆମ୍ବ ଚାଷୀ କରି ଦିଲ୍ଲୀ କୁ ବିକ୍ରି ପାଇଁ ପଠାଯାଇଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଳକ କୁଶାବାହାଲି ଗାଁ ର ସୁବାସ ବିଶ୍ଵାଳ କୃଷି ଉଦ୍ୟାନ ବିଭାଗ ପକ୍ଷରୁ ପ୍ରାୟ ୩ ବର୍ଷ ଧରି ଜୈବିକ ପ୍ରଣାଳୀରେ ଆମ୍ବ ଚାଷ କରିଆସୁଛନ୍ତି ।
ଜିଲ୍ଲା ଉଦ୍ୟାନ କୃଷି ବିଭାଗ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ପାଟଣାଗଡ଼ ଙ୍କ ସହାୟତା ରେ ସିମଫେଡ ନାମକ ଏକ ସଂସ୍ଥା ଜୈବିକ କୃଷିର ଅଙ୍ଗିକରଣ ଏବଂ ପ୍ରମାଣି କରଣ କାର୍ଯ୍ୟକ୍ରମ ପାଟଣାଗଡ଼ ବ୍ଳକ ରେ ପରିଚାଳନା କରୁଅଛି । ୩ ଶହ ହେକ୍ଟର ବିଶିଷ୍ଟ କାର୍ଯ୍ୟକ୍ରମ ରେ ୩ ଶହ ୨୦ ଜଣ ଚାଷୀ ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ସିମଫେଡ ସଂସ୍ଥାର ଜିଲ୍ଲା ପରିଚାଳକ ଦୂର୍ଯ୍ୟୋଧନ ସୁନା ଓ ସର୍କଳ ପରିଚାଳକ ଧନେଶ୍ଵର ହେର୍ଣ୍ଣା ଚାଷୀ ମାନଙ୍କୁ ଜୈବିକ ପ୍ରଣାଳୀରେ ଆମ୍ବ ଚାଷ କରି ଅଧିକ ଦୁଇ ପଇସା ଲାଭଦାୟକ ହୋଇପାରିବ ବୋଲି ଚାଷୀ ମାନଙ୍କୁ ବୁଝାଇବା ସହ ସୁଚାରୁରୂପେ ସମ୍ପାଦନା କରୁଛନ୍ତି।
ଏହି ଜୈବିକ ପ୍ରଣାଳୀରେ ପରିଚାଳନା କରୁଥିବା ସିମଫେଡ ସଂସ୍ଥାକୁ ଓଏସଓସିଏ ନାମକ ସାର୍ଟିଫିକେସନ କରି ଅଧିକୃତ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଆଜି ଚାଷୀ ସୁବାଷ ବିଶ୍ଵାଳ ଙ୍କ ଠାରୁ ୩ କ୍ୟୁଣ୍ଟାଲ ଦିଶିରୀ କିସମ ଆମ୍ବ ସିମଫେଡ ସଂସ୍ଥା କିଣି ବିକ୍ରି ପାଇଁ ଦିଲ୍ଲୀ କୁ ପଠାଇଛନ୍ତି । ଯାହାକୁ ନେଇ ଚାଷୀ ଶ୍ରୀ ବିଶ୍ଵାଳ ଅଧିକ ଦୁଇ ପଇସା ପାଇବା ସହ ଖୁସିବ୍ୟକ୍ତ ହୋଇ ସଂସ୍ଥା ଧନ୍ୟବାଦ୍ ଜଣାଇଛନ୍ତି। ଆଗକୁ ମଧ୍ୟ ଚାଷୀ ଙ୍କ ଠାରୁ ଆମ୍ବ ବିକ୍ରି ପାଇଁ ଦିଲ୍ଲୀ କୁ ପଠାଯିବ ବୋଲି ସିମଫିଡ ସଂସ୍ଥା ଓ ଉଦ୍ୟାନ ବିଭାଗ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଏଥିରେ ପାଟଣାଗଡ଼ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ସହଯୋଗ କରିଥିଲେ ।