୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସରିଛି ବିଧାନସଭା ନିର୍ବାଚନ ଭୋଟ ଗଣତି । ସବୁଠି ନେତାଙ୍କ ଜୟ ପରାଜୟ କୁ ନେଇ ଚର୍ଚ୍ଚା । ବଲାଙ୍ଗିର ଜିଲ୍ଲା ର ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ମଣ୍ଡଳୀ ରେ ୧୯୯୫ ରୁ ପାଟଣା ମହାରାଜ କନକ ବର୍ଦ୍ଧନ ସିଂଦେଓ ପ୍ରଥମ ଥର ଭାଜପା ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଲଗାଦର୍ ୫ ଥର ବିଧାୟକ ରୂପେ ନିର୍ବାଚିତ ହୋଇ ରେକର୍ଡ କରିଥିବା ବେଳେ ଗତ ୨୦୧୯ ନିର୍ବାଚନ ରେ ବିଜୁ ଜନତା ଦଳ ର ନବାଗତ ପ୍ରାର୍ଥୀ ସରୋଜ ମେହେର ଏହି ବିଜୟ ଧାରା କୁ ରୋକି ୧୧ ହଜାର ରୁ ଅଧିକ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଥିଲେ ।
ଯାହା ଫଳରେ ଦଳ ସରୋଜ ମେହେର କୁ ବିଧାନ ସଭା ରେ ଶାସକ ଦଳ ଉପମୁଖ୍ୟ ସଚେତକ, ଜିଲ୍ଲା ଯୋଜନ ବୋର୍ଡ ସଭାପତି ଭଳି ଦାୟିତ୍ଵ ଦେଇଥିଲା । ହେଲେ ୨୦୨୪ ନିର୍ବାଚନ ରେ କନକ ବର୍ଦ୍ଧନ ପୁଣି ଠାରେ ସରୋଜ କୁ ପରାସ୍ତ କରି ପାଟଣାଗଡ ର ବିଧାୟକ ହୋଇଛନ୍ତି । ଯାହାକି ସେ ୬ ଥର ବିଧାୟକ ହେବାର ର ରେକର୍ଡ ସୃଷ୍ଟି କରିଛନ୍ତି । ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ଖପ୍ରାଖୋଲ, ବେଳପଡ଼ା ଓ ପାଟଣାଗଡ ବ୍ଲକ୍ ସହ ପାଟଣାଗଡ ଏନ ଏ ସି କୁ ନେଇ ଗଠନ ହୋଇଛି ।
ଚଳିତ ଥର କନକ ବର୍ଦ୍ଧନ ସିଂହଦେଓ ୯୩ ହଜାର ୮ ଶହ ୨୩ ଖଣ୍ଡ ଭୋଟ ପାଇଥିବା ବେଳେ ସରୋଜ ମେହେର ୯୨ ହଜାର ୪ ଶହ ୬୬ ଖଣ୍ଡ ଭୋଟ ଥିବା ବେଳେ ୧୩୫୭ ଖଣ୍ଡ ଭୋଟ ରେ କନକ ବର୍ଦ୍ଧନ ବିଜୟୀ ହୋଇଛନ୍ତି। ଯାହା ଫଳରେ ଲୋକେ କନକ ପାଟଣାଗଡ କୁ ପୁଣି ଫେରି ପାଇଲେ ବୋଲି ଚର୍ଚ୍ଚା ହେଉଛି । ଏହା କୁ ନେଇ ଭାଜପା କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ବେଳେ ଗାଁ ଗାଁ ରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।
ସେହି ପରି କନକ ବର୍ଦ୍ଧନ ଙ୍କ ସ୍ତ୍ରୀ ମହାରାଣୀ ସଙ୍ଗୀତା କୁମାରୀ ସିଂଦେଓ ପୁଣି ଥରେ ବଲାଙ୍ଗିର ଲୋକସଭା ସାଂସଦ ଭାବେ ୧ ଲକ୍ଷ ୩୨ ହଜାର ୬୬୪ ଖଣ୍ଡ ଭୋଟ ବ୍ୟ ବଧାନ ରେ ବିଜୁଜନତା ଦଳ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ଠାରୁ ବିଜୟୀ ହୋଇଛନ୍ତି । ସବୁଠୁ ବଡ଼ କଥା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ପାଞ୍ଚ ଥର ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପରାସ୍ତ କରିଛନ୍ତି ।
ପାଟଣାଗଡ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗିନ ବିକାଶ ପାଇଁ ପୁଣିଥରେ ଜନ ସାଧାରଣ ଆଶିର୍ବାଦ ଦେଇ ବିଜୟୀ କରିଥିବାରୁ କନକ ବର୍ଦ୍ଧନ ସିଂଦେଓ ସମସ୍ତ ଜନସାଧାରଣ ଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାରେ ଦଳୀୟ କର୍ମୀ ଙ୍କ ଉତ୍ସାହ ଯୋଗୁଁ ପାଟଣାଗଡ, ଲୋଇସିଂହା, ଟିଟିଲାଗଡ ଓ କଣ୍ଟାବାଞ୍ଜି ମୁଖ୍ୟ ମନ୍ତ୍ରୀଙ୍କୁ ହରାଇ ଭାଜପା ପ୍ରାର୍ଥୀଙ୍କ ବିଜୟୀ କରିଥିବା ବେଳେ ଲୋକସଭା ସାଂସଦ ରୂପେ ବିପୁଳ ଆଶିର୍ବାଦ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।