ବିଜେପି ସୀମାରାଣୀଙ୍କ ଉପରେ ଭରସା କରି ତାଙ୍କୁ ଟିକେଟ୍ ଦେଇଥିବା ବେଳେ ସୀମାରାଣୀ ସେ ଭରସା ରଖିବା ସହ ୧୧୮୨୭ ଭୋଟରେ ବିଜୟୀ ହୋଇଛନ୍ତି ।
୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିନ୍ଦୋଳ :-> ସାରା ରାଜ୍ୟରେ ଭୁସୁଡ଼ିଲା ବିଜେଡି ଗଡ଼ ଭାଙ୍ଗିଲା ୨୫ବର୍ଷର ରାଜୁତି । ଢ଼େଙ୍କାନାଳ ଜିଲ୍ଲାର ଏକମାତ୍ର ସଂରକ୍ଷିତ ବିଧାନସଭା କ୍ଷେତ୍ର ହିନ୍ଦୋଳର ଦୁଇଥରର ବିଜେଡ଼ି ବିଧାୟିକା ସୀମାରାଣୀ ନାୟକଙ୍କ ଟିକେଟ୍ କାଟି ବିଜେଡ଼ି ଚଳିତ ନିର୍ବାଚନରେ ପୂର୍ବତନ ବିଜେଡ଼ି ସାଂସଦ ମହେଶ ସାହୁଙ୍କୁ ଟିକେଟ୍ ଦେବା ବହୁତ ମହଙ୍ଗା ପଡିଲା ବିଜେଡିକୁ । ଏହାପରେ ବିଜେଡି ଗଡ଼ର ସ୍ଥିତି ରକ୍ଷା କରିଥିବା ଓ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଥିବା ବିଧାୟିକା ସୀମାରାଣୀ ନିଜର ଅସନ୍ତୋଷ ଜାହିର କରି ବିଜେଡି ତ୍ୟାଗ କରିଥିଲେ । ଲଗାତାର ୨ ଥର ୨୦୧୪ ଓ ୨୦୧୯ ରେ ବିଜେଡ଼ି ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇ ହିନ୍ଦୋଳ ନିର୍ବାଚନ ମଣ୍ଡଳୀକୁ ଉନ୍ନତିର ଚରମ ସୀମାକୁ ନେଇପାରି ଜନତାଙ୍କ ପ୍ରିୟପାତ୍ର ହୋଇପାରିଥିବା ସୀମାରାଣୀଙ୍କୁ ଟିକେଟ୍ ନଦେବା କାରଣରୁ ତାଙ୍କର କର୍ମୀ ଓ ସମର୍ଥକମାନେ ଓ ହିନ୍ଦୋଳ ଜନସାଧାରଣ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।
ବିଜେଡ଼ି ଟିକେଟ୍ କାଟିବା ପରେ ସୀମାରାଣୀ କର୍ମୀ ଓ ସମର୍ଥକମାନଙ୍କ ସହ ଆଲୋଚନା କରିବା ପରେ ବିଜେଡ଼ି ଛାଡି ବିଜେପିରେ ଯୋଗଦେଇଥିଲେ । ବିଜେପି ସୀମାରାଣୀଙ୍କ ଉପରେ ଭରସା କରି ତାଙ୍କୁ ଟିକେଟ୍ ଦେଇଥିବା ବେଳେ ସୀମାରାଣୀ ସେ ଭରସା ରଖିବା ସହ ୧୧୮୨୭ ଭୋଟରେ ବିଜୟୀ ହୋଇଛନ୍ତି । ଢ଼େଙ୍କାନାଳ ଜିଲ୍ଲାର ଏକମାତ୍ର ସଂରକ୍ଷିତ ବିଧାନସଭା କ୍ଷେତ୍ର ହିନ୍ଦୋଳ ୨୦୦୦ ମସିହା ଠାରୁ ବିଜେଡ଼ି ଏଠାରେ ଲଗାତାର ଜିତି ଆସୁଥିଲା । ତେବେ ଚଳିତ ନିର୍ବାଚନରେ ବିଜେଡ଼ିର ଦୀର୍ଘଦିନର ଗଡକୁ ବିଜେପି ପ୍ରଥମଥର ପାଇଁ କବ୍ଜା କରିବାରେ ସଫଳ ହୋଇଛି ।
ଜନତାଙ୍କ ମତକୁ, ଜନତା ଚାହୁଁଥିବା ନେତାଙ୍କୁ ବେଖାତିର କରି ମେରୀରାୟ ନୀତି ଦେଖାଇଥିବା ତଥାକଥିତ କିଛି ମୁଣ୍ଡିଆଳଙ୍କ ଅତ୍ୟଧିକ ଆତ୍ମଗର୍ବ ପାଇଁ ବହୁ ଭେଟରାନ ନେତାଙ୍କ ଟିକେଟ କାଟିବା ବହୁତ ମହଙ୍ଗା ପଡିଥିଲା ଓ ଭୋଟର ପ୍ରତ୍ୟାଖାନ କରିଥିଲେ । ଜନସାଧାରଣ ସେମାନଙ୍କ ପ୍ରିୟନେତ୍ରୀ ମାଟିର ଝିଅ ସୀମାରାଣୀଙ୍କୁ ଜିତାଇ ତେବେ ବିଜେଡ଼ି ଗଡ଼ ଭାଙ୍ଗି ବିଜେପି ଗଡ଼ର ଶୁଭାରମ୍ଭ କରିବା ଫଳରେ ଜନତାଙ୍କ ଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ଖୁସି ହେବା ସହ ଉତ୍ସବ ମନାଇଛନ୍ତି । ସୀମାରାଣୀ ତୃତୀୟ ଥର ଜିତି ହ୍ୟାଟ୍ରିକ ଅର୍ଜନ କରିବା ସହ ପୁଣିଥରେ ପ୍ରମାଣିତ କରିଛନ୍ତି ହିନ୍ଦୋଳର ସେ ଜଣେ ଅପ୍ରତିଦ୍ୱନ୍ଦି ନେତ୍ରୀ ।