୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ବଂନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ମଧ୍ୟରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ ରେ ଏସିଏଫ ଅମ୍ରିତ କୁମାର ସାହୁଙ୍କ ତତ୍ୱାବଧାନରେ ନୂଆଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ୩୫ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଉପସ୍ଥିତ ରହିଥିଲେ.
ଏହି ପ୍ରତିଯୋଗିତାରେ ବିଶ୍ୱ ପରିବେଶ ଦିବସକୁ ନେଇ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।














