୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ ସେବା ନିବୃତ ପେନସନ ପ୍ରଦାନ ଉତ୍ସବ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ କୋକସିଂହ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମାନଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଅଟ୍ରି ପଣସବସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ସିମୋର କୁଞ୍ଜ ବିହାରୀ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସର୍ବେଶ୍ଵର ସାହୁ ,
ସୁବାଷ ଚନ୍ଦ୍ର ସାହୁ,ମଧୁସୂଦନ ମହାରଣା ଓ ଶିକ୍ଷୟିତ୍ରୀ ସ୍ନେହଲତା ଦାସ ପ୍ରମୁଖ ସେବା ନିବୃତ୍ତ ହୋଇଥିବାରୁ ପେନସନ ପ୍ରଦାନ କରାଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜିକା ଲକ୍ଷ୍ମୀ ଦେଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦ୍ରକାନ୍ତି ନାୟକ, କୈଳାସ ଚନ୍ଦ୍ର ସେଠୀ, ମୁଖ୍ୟ କିରାଣୀ ଶରତ ଚନ୍ଦ୍ର ପଟ୍ଟନାୟକ ଓ ହିସାବ ରକ୍ଷକ ବିରଂଚି ନାରାୟଣ ମହାପାତ୍ର,ପ୍ରାଥମିକ ଶିକ୍ଷକ ସଂଘ ସଦସ୍ୟ ଓ ସିଆରସିସି ଉପସ୍ଥିତ ରହି ବିଦାୟୀ ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କୁ ପେନସନ ପତ୍ର ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।