ତାପମାତ୍ରା ରୋକିବାରେ ଚାରା ରୋପଣ ପାଇଁ ଶପଥ ନେବା
୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ରାଜ୍ୟରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି ।ଫଳରେ ପ୍ରଚଣ୍ଡ ରୌଦ୍ରତାପର ଉତ୍ତାପ ଚଳିତ ବର୍ଷ ୫୦ ବର୍ଷର ରେକର୍ଡ଼ ଭାଙ୍ଗିଛି। ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତପରେ ଜନ ଜୀବନ ଅସ୍ତବ୍ୟସ୍ତ ହେବା ସହ ଲୋକମାନଙ୍କୁ ଅଂଶୁଘାତ ହେବା ସହ ଓ ମୃତ୍ୟୁ ବରଣ ସଂଖ୍ୟା ବୃଦ୍ଧି ପାଇବା ଗଣମାଧ୍ୟମରେ ଜଣାପଡ଼ିଛି।ଚଳିତ ବର୍ଷ ମୌସୁମୀ ବୃଷ୍ଟିପାତ ନ ହେବା ଫଳରେ ଉତ୍ତାପ ବୃଦ୍ଧି ପ୍ରମୁଖ କାରଣ ରହିଛି। ବୋଲଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ପ୍ରଚଣ୍ଡ ରୌଦ୍ରତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପ ଏଭଳି ଭାବରେ ବୃଦ୍ଧି ଘଟିଛି ସକାଳ ୮ଟା ସମୟ ବାଜିଲେ ପ୍ରଚଣ୍ଡ ଖରାରେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଯୋଗୁଁ ପରିବେଶ ବିତ୍ ମାନଙ୍କ ଚିନ୍ତା ବଢ଼ିଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ତାପମାତ୍ର ବୃଦ୍ଧି ହେବା ଫଳରେ ଜଙ୍ଗଲ ଜୀବଜନ୍ତୁ ମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି ।
ଏ ଭଳି ଭାବରେ ଆଗାମୀ ଦିନରେ ଉତ୍ତାପ ବୃଦ୍ଧି ହେଲେ ସୃଷ୍ଟି ନାଶ ହେବା ଏକ ପ୍ରକାର ଭୟ ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବି ମାନେ ପ୍ରକାଶ କରିଅଛନ୍ତି।ଅନ୍ୟପଟେ ବିଭିନ୍ନ କାରଣ ମଧ୍ୟରେ କମ୍ ବୃଷ୍ଟପାତ, ସୌଖୁନି ଅଟ୍ଟାଳିକା ରାସ୍ତାଘାଟ ନିର୍ମାଣ ଫଳରେ ଏହାର ସୂର୍ଯ୍ୟଲୋକ ଉତ୍ତାପ ଵିକରଣ ଓ ରାସ୍ତା ଘାଟ ଅଟ୍ଟାଳିକା ଆଳରେ ଜଙ୍ଗଳ ନଷ୍ଟ ଆଦି ପ୍ରମୁଖ କାରଣ ରହିଛି। ପରିବେଶବିତ୍ ମତରେ ଉତ୍ତାପ ରୋକିବାରେ ସମସ୍ତେ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରାଗଲେ ଏକ ପ୍ରକାର ଉତ୍ତାପ ବୃଦ୍ଧି ରୋକିବାରେ ସଫଳ ହେବ ବୋଲି ପ୍ରକାଶ କରିଅଛନ୍ତି।