୩୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ନିର୍ବାଚନ ମଣ୍ଡଳୀର ରାଧାକାନ୍ତ ପୁର ପଂଚାୟତ ଅନ୍ତର୍ଗତ ଚକାପଦା ଗ୍ରାମସ୍ଥିତ ଆମ୍ର କାନନ ପରିସରରେ ବିଜେଡ଼ି ଦଳ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଭୁବନେଶ୍ୱର ସାଂସଦ ପ୍ରାଥି ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁ ଯୋଗ ଦେଇ ନିର୍ବାଚନ ମଣ୍ଡଳୀ କର୍ମକର୍ତ୍ତା, ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ସକ୍ରିୟ ଦଳୀୟ କର୍ମୀଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ ।
ପରେ ବୋଲଗଡ ବ୍ଲକ ବିଜେଡ଼ି ସଭାପତି ବାନମ୍ବର ମାଝିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ବରିଷ୍ଠ ବିଜେଡି ଦଳର ସକ୍ରିୟ କର୍ମୀ ଶିକ୍ଷାବିତ୍ ଭଗବାନ ପଣ୍ଡା,ଭୁବନେଶ୍ଵର ଜୋନର ସାଧାରଣ ସମ୍ପାଦକ ଶ୍ରୀକାନ୍ତ କୁମାର ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ,ବେଗୁନିଆ ବ୍ଲକ ସଭାପତି ପ୍ରଶାନ୍ତ କୁମାର ବେହେରା,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,
ବୋଲଗଡ ବ୍ଲକ ବିଜେଡ଼ି ମହିଳା ସଂଘ ସଭାପତି ପ୍ରଭାତୀ ରାଉତରାୟ ଓ ବ୍ଲକ ଉପାଧ୍ୟକ୍ଷ ରମେଶ ରଞ୍ଜନ ସାହୁଙ୍କ ସମେତ ବହୁ ବରିଷ୍ଠ ନେତା ମାନେ ଯୋଗ ନିର୍ବାଚନ ସମ୍ବନ୍ଧୀୟ ସମୀକ୍ଷା କରିଥିବା ବେଳେ ଆସନ୍ତା ମାସ ୪ ତାରିଖ ଦିନ ଭୋଟ ଗଣତିରେ ଏଜେଣ୍ଟ ଅଂଶ ଗ୍ରହଣ କରିବା ପାଇଁ ଚୟନ ପ୍ରକ୍ରିୟା ହୋଇଥିଲା । ଶେଷରେ ସାଂସଦ ପ୍ରାର୍ଥି ଓ ବିଧାୟକ ପ୍ରାର୍ଥିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।














