• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

Proprietor Abhimanyu Maharana by Proprietor Abhimanyu Maharana
September 3, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Amway Backs India’s Viksit Bharat Vision with Expansion in Ayurveda
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭାରତର ରାଷ୍ଟ୍ର-ନିର୍ମାଣ ଅଗ୍ରାଧିକାରତା ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ସହିତ ମେଳଖୁଆଇ ଏକ ନିର୍ଣ୍ଣାୟକ ପ୍ରୟାସରେ ଅଗ୍ରଣୀ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କମ୍ପାନୀ ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ ଆୟୁର୍ବେଦ ପ୍ରଚଳନ ସହିତ ଆୟୁର୍ବେଦ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ରଣନୈତିକ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି । ଉଦ୍ଦିଭ ଭିତ୍ତିକ, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟଯନôର ବର୍ଦ୍ଧିତ ଗ୍ରାହକ ଚାହିଦା ଦ୍ୱାରା ପରିଚାଳିତ ହୋଇ ଏବଂ ‘ଆୟୁଷ’ ପରିବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଭାରତର ନିରନ୍ତର ଦୃଷ୍ଟିନିବଦ୍ଧ ସମର୍ଥନରେ କମ୍ପାନୀ ଏହି ବର୍ଗ ଅଧିନରେ ନଅଟି ନୂତନ ଆୟୁର୍ବେଦ ନବସୃଜନ ଉନ୍ମୋଚନ କରିଛି ଏବଂ ନୁ୍ୟଟ୍ରିଲାଇଟ୍‌ ଆୟୁର୍ବେଦକୁ ପରବର୍ତ୍ତୀ ଦୁଇବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କାର ବର୍ଗରେ ପରିଣତ କରିବା ଲକ୍ଷ୍ୟ ରଖିଛି ।

ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ନୁ୍ୟଟ୍ରିସର୍ଟ- ପ୍ରମାଣୀକୃତ କୃଷିକ୍ଷେତ୍ରଗୁଡିକରୁ ଦାୟିତ୍ୱସମ୍ପନ୍ନ ଭାବରେ ସଂଗ୍ରହ କରାଯାଇଥିବା ଆୟୁର୍ବେଦ ଉଦ୍ଭିଦଜାତ ପଦାର୍ଥକୁ ବ୍ୟବହାର କରି ବିକଶିତ କରାଯାଇଥିବା ଏହି ଉତ୍ପାଦଗୁଡିକ ଆମୱେର ତାମିଲନାଡୁରେ ଥିବା ଅତ୍ୟାଧୁନିକ କାରଖାନାରେ ତିଆରି କରାଯାଉଛି । ଏହାର ପ୍ରଚଳନ ଆମୱେ ଇଣ୍ଡିଆର କଲ୍ୟାଣକାରୀ ବର୍ଗମାଳାର ସମ୍ପସ୍ରାରଣ ଠାରୁ ଯଥେଷ୍ଟ ଅଧିକର ପ୍ରତିନିଧିତ୍ୱ କରୁଛି । ଭାରତରେ ଦାୟିତ୍ୱସମ୍ପନ୍ନ ଭାବରେ ଉଦ୍ଦିଦଜାତ ପଦାର୍ଥ ସଂଗ୍ରହ ଏବଂ ସ୍ଥାନୀୟ କୃଷିଠାରୁ ନେଇ ଉତ୍ପାଦନ, ବୈଜ୍ଞାନିକ ଗବେଷଣା, ନବସୃଜନ ଏବଂ ନିଯୁକ୍ତି ପର୍ଯ୍ୟନ୍ତ ଆୟୁର୍ବେଦକୁ ନେଇ ପ୍ରଶସ୍ତ ଅର୍ଥନୈତିକ ମୂଲ୍ୟ ଶୃଙ୍ଖଳ ପ୍ରତି ଅବଦାନ ରଖିବାକୁ ଏହା ଏକ ସୁଯୋଗ ହୋଇଛି ।

ନୁ୍ୟଟ୍ରିଲାଇଟ୍‌ ଉଦ୍ଦିଦ ବିଜ୍ଞାନର ୯୦ ବର୍ଷରୁ ଅଧିକ ବିଦ୍ୱତାକୁ ଏକ ଦଶନ୍ଧିର ସ୍ଥାନୀୟ ଉତ୍ପାଦନ ସାମର୍ଥ୍ୟ ସହିତ ଏକତ୍ରିତ କରି ଆମୱେ ଇଣ୍ଡିଆ, ସମୟ-ପରୀକ୍ଷିତ ଆୟୁର୍ବେଦର ଜ୍ଞାନକୁ ଆଧୁନିକ ବିଜ୍ଞାନର ବୈଧିକରଣ ସହିତ ସମ୍ମିଶ୍ରିତ କରି ଏକ କଲ୍ୟାଣକାରୀ ବିଷୟ ସୃଷ୍ଟି କରୁଛି, ଯାହା ଭାରତରେ ତିଆରି, ଭାରତ ପାଇଁ ଏବଂ ଭାରତର ପାରମ୍ପରିକ ସୁସ୍ଥତା ସମଗ୍ର ବିଶ୍ୱକୁ ନେଇଯିବାର ସାମର୍ଥ୍ୟ ରଖୁଛି । ଏହାର ଶୁଭାରମ୍ଭ ଅବସରରେ ଗଣମାଧ୍ୟମ ନିକଟରେ ପ୍ରକାଶ କରି ଶ୍ରୀ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, ଆୟୁଷ ପରିବ୍ୟବସ୍ଥାକୁ ସୁଦୃଢ କରି ଏବଂ ରାଷ୍ଟ୍ରର ସ୍ୱାସ୍ଥ୍ୟ ତଥା କଲ୍ୟାଣ ଦୃଶ୍ୟପଟ୍ଟରେ ଆୟୁର୍ବେଦକୁ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରତିଷ୍ଠିତ କରିବାରେ ଭାରତ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଲକ୍ଷ୍ୟ ଦ୍ୱାରା ପରିଚାଳିତ ହୋଇ ଭାରତରେ ପାରମ୍ପରିକ ସୁସ୍ଥତା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ରୂପାନ୍ତରଣ ପରିଲକ୍ଷିତ ହେଉଛି ।

ଏହା ଭାରତରେ ଆୟୁର୍ବେଦର ଉନ୍ନତି ତଥା ବୈଶ୍ୱିକ ମଞ୍ଚରେ ବୃହତ୍ତର ପ୍ରାସଙ୍ଗିକତା ଲାଭ କରିବାକୁ ଏକ ମଜଭୁତ ମୂଳଦୁଆ ସୃଷ୍ଟି କରୁଛି । ଏଥିସହିତ ଭାରତ ଆୟୁର୍ବେଦ ଭିତ୍ତିକ ନବସୃଜନ ଏବଂ ବିନିର୍ମାଣ କ୍ଷେତ୍ରରେ ଏହାର ସାମର୍ଥ୍ୟକୁ ସୁଦୃଢ କରୁଥିବା ସମୟରେ ଏହି ବର୍ଦ୍ଧନଶୀଳ ପରିବ୍ୟବସ୍ଥା ନୂତନ ଅର୍ଥନୈତିକ ସୁଯୋଗଗୁଡିକ ସୃଷ୍ଟି କରିବା, ଭାରତର ସାମର୍ଥ୍ୟକୁ ସୁଦୃଢ କରିବା ତଥା ପାରମ୍ପରିକ ସୁସ୍ଥତା ନିମନ୍ତେ ବିଶ୍ୱସ୍ତରରେ ପ୍ରାସଙ୍ଗିକ ସ୍ଥଳ ଭାବରେ ଉଭା ହେବାକୁ ସମର୍ଥନ ଯୋଗାଇଦେବାର ସାମର୍ଥ୍ୟ ରଖୁଛି । ଏହି ଗତିଶୀଳତା ଆମୱେ ଇଣ୍ଡିଆର ପରବର୍ତ୍ତୀ ଅଭିବୃଦ୍ଧି ଅଧ୍ୟାୟ ଏବଂ ବିକଶିତ ଭାରତ ୨୦୪୭ ନିମନ୍ତେ ଭାରତର ଲକ୍ଷ୍ୟ ହାସଲ ଦିଗରେ ଅର୍ଥପୂର୍ଣ୍ଣ ଅବଦାନ ରଖିବାକୁ ଆମର ଆକାଂକ୍ଷା ସହିତ ସହଜରେ ମେଳ ଖାଉଛି । ଆୟୁର୍ବେଦର ବିପୁଳ ସାମର୍ଥ୍ୟରେ ଆମର ଆସ୍ଥାକୁ ପ୍ରତିଫଳିତ କରି ଆମେ ନୁ୍ୟଟ୍ରିଲାଇଟ ଆୟୁର୍ବେଦକୁ ଆଗାମୀ ଦୁଇବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କାର ବର୍ଗରେ ଗଢିତୋଳିବା ଲକ୍ଷ୍ୟ ରଖିଛୁ ।

“ବର୍ତ୍ତମାନର ଗ୍ରାହକମାନେ ଆୟୁର୍ବେଦକୁ ସୁସ୍ଥତା ନିମନ୍ତେ ଏକ ଦୈନନ୍ଦିନ ପସନ୍ଦ ଭାବରେ ଅଧିକରୁ ଅଧିକ ଆପଣାଉଛନ୍ତି, କିନ୍ତୁ ସେମାନେ ମଧ୍ୟ ସେଥିରେ ସ୍ୱଚ୍ଛତା, ନିରନ୍ତରତା ଏବଂ ବୈଜ୍ଞାନିକ ବୈଧିକରଣ ଚାହୁଁଛନ୍ତି ଯାହା ସେମାନେ ଆଧୁନିକ ସୁସ୍ଥତା ଉତ୍ପାଦଗୁଡିକରୁ ଆଶା କରୁଛନ୍ତି । ନୁ୍ୟଟ୍ରିଲାଇଟରେ ଆମେ ଯାହା ଯୋଗାଇ ଦେଉଛୁ ତାହାର କେନ୍ଦ୍ରସ୍ଥଳରେ ବିଶ୍ୱାସଭାବ ରହିଥିବା ହୃଦବୋଧ କରୁଛୁ । ନୁ୍ୟଟ୍ରିଲାଇଟ ଆୟୁର୍ବେଦ ନିମନ୍ତେ ‘ପ୍ରତ୍ୟେକ ଗୁଳ୍ମର ଏକ କାହାଣୀ ରହିଛି । ବଜାର ପ୍ରବେଶର ପ୍ରଥମ ପର୍ଯ୍ୟାୟରେ ତିନିଟି ଆୟୁର୍ବେଦ ଉତ୍ପାଦ ସ୍ଥାନପାଇବ; ସେଗୁଡିକ ହେଉଛି- କାଲାମେଘ, ସୁସ୍ଥ ଯକୃତ କାର୍ଯ୍ୟକାରିତାକୁ ସମର୍ଥନ କରିବା ନିମନ୍ତେ ପ୍ରସ୍ତୁତ; ଶିଗ୍ରୁ (ମୋରିଙ୍ଗା), ଯାହା ଅତିରିକ୍ତ ଚର୍ବି ଜମାହେବା ଏବଂ ପ୍ରଦାହ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ବୃକ୍ଷଅମଲା (ଗାର୍ସିନିଆ), ଯାହା ପାଚନକ୍ରିୟା ଓ ତୃପ୍ତତାରେ ଉନ୍ନତି ଆଣିବା ନିମନ୍ତେ ଉଦ୍ଦିଷ୍ଟ ।

ଏହାର ବଜାର ପ୍ରବେଶ ଏହି ବର୍ଗରେ ପୂର୍ବରୁ କମ୍ପାନୀପକ୍ଷରୁ ନୁ୍ୟଟ୍ରିଲାଇଟ ଚ୍ୟବନପ୍ରାସ୍‌ ପ୍ରଚଳନ ଉପରେ ଆଧାରିତ । ନୁ୍ୟଟ୍ରିଲାଇଟ ଆୟୁର୍ବେଦ ଦଶନ୍ଧି ଦଶନ୍ଧି ଧରି ନୁ୍ୟଟ୍ରିଲାଇଟର ସଂଜ୍ଞା ନିରୂପିତ କରିଆସିଥିବା ସେହି ସମାନ ବ୍ୟାପକ, ବିଜ୍ଞାନ ସମର୍ଥିତ ଆଭିମୁଖ୍ୟ ଜରିଆରେ ସମ୍ମାନିତ ଆୟୁର୍ବେଦିକ ଫର୍ମୁଲେସନଗୁଡିକର ବୈଧିକରଣ କରିବା ଚିନ୍ତାଧାରା ଉପରେ ଆଧାରିତ । ଯଥାକ୍ରମେ ୪୪୯ ଟଙ୍କା, ୬୫୧ ଟଙ୍କା ଏବଂ ୪୪୯ ଟଙ୍କା ମୂଲ୍ୟ ରଖାଯାଇଥିବା କାଲାମେଘ, ଶିଗ୍ରୁ ଏବଂ ବୃକ୍ଷଅମଲା ୮ ସେପ୍ଟେମ୍ବର, ୨୦୨୬ରୁ ସମସ୍ତ ଆମୱେ-ସ୍ୱୀକୃତିପ୍ରାପ୍ତ ଚାନେଲ, ଆମୱେ ବିଜିନେସ୍‌ ମାଲିକ / ବିତରକ, ଆମୱେ ଷ୍ଟୋରସମୂହ ଏବଂ www.amway.in.ରେ ଉପଲବ୍ଧ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏଚ୍‌ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ନିମନ୍ତେ ଓସାକ୍ସ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ପଦକ୍ଷେପ

एचआईवी प्रभावित विद्यार्थियों की उच्च शिक्षा के लिए वित्तीय सहायता हेतु OSACS एवं उच्च शिक्षा विभाग की संयुक्त पहल

September 3, 2026
Sintex Pure (ସିଣ୍ଟେକ୍ସ ପିଓର) ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା

Sintex Pure (ସିଣ୍ଟେକ୍ସ ପିଓର) ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା

September 3, 2026
ଏଚ୍‌ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ନିମନ୍ତେ ଓସାକ୍ସ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ପଦକ୍ଷେପ

ଏଚ୍‌ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ନିମନ୍ତେ ଓସାକ୍ସ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ପଦକ୍ଷେପ

September 3, 2026
Amway Backs India’s Viksit Bharat Vision with Expansion in Ayurveda

ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

September 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏଚ୍‌ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ନିମନ୍ତେ ଓସାକ୍ସ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ପଦକ୍ଷେପ

एचआईवी प्रभावित विद्यार्थियों की उच्च शिक्षा के लिए वित्तीय सहायता हेतु OSACS एवं उच्च शिक्षा विभाग की संयुक्त पहल

September 3, 2026
Sintex Pure (ସିଣ୍ଟେକ୍ସ ପିଓର) ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା

Sintex Pure (ସିଣ୍ଟେକ୍ସ ପିଓର) ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା

September 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version