୩୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ସଦର ମହକୁମାରେ ଥିବା ବଂଶୀଧର ସଂଗୀତ ମହାବିଦ୍ୟାଳୟର ୧୧ ତମ୍ ସାମ୍ବତ୍ସରିକ ଉତ୍ସବ ପନ୍ଦର ଦୋଳ ପଡିଆଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଗୋପୀନାଥ ଖlଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ,
ମୁଖ୍ୟବକ୍ତା ଭାବେ ଐତିହାସିକ ରବୀନ୍ଦ୍ର କୁମାର୍ ପରିଡ଼ା , ସମ୍ମାନୀତ ଅତିଥିଭାବେ ବୋଲଗଡ ଏକ୍ସପ୍ରେସ ତଥା ବ୍ୟଙ୍ଗ କବି ବ୍ରଜ ସୁବୁଦ୍ଧି,ସୁନାମ ଧନ୍ୟ କଣ୍ଠଶିଳ୍ପୀ ଗଦାଧର ବିଶ୍ଵାଳ,ସୁଧାକର ମିଶ୍ର ,
ଇପ୍ସିତା ପଣ୍ଡା ଯୋଗ ଦେଇଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ତ୍ରିଲୋଚନ ବରାଳ ପ୍ରମୁଖ ଯୋଗ ଦେଇଥିଲେ।ଅନୁଷ୍ଠାନ ସମ୍ପାଦକ ତଥା ମୁଖ୍ୟ ଅଭିନାଶ ସୁବୁଦ୍ଧି ବାର୍ଷିକ ବିବରଣୀ ପଠନ କରି ଥିବା ବେଳେ ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ ।
ଅନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ,ସମ୍ବଲପୁରୀ ନୃତ୍ୟ,ମିଳିତ ବାଦ୍ୟ ଆଦି ପରିବେଷଣ କରିଥିଲେ।କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନିଖୁଣ ଚିତ୍ରକଳା ପ୍ରଦର୍ଶନ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଅତିଥି ଓ କଳା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ବିଳମ୍ବିତ ରାତ୍ରୀରେ ପର୍ଯ୍ୟନ୍ତ ଅନୁଷ୍ଠାନ କଳାକାର ମାନେ ସୁନ୍ଦର୍ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଗୁରୁ ଲିମା ଦାସଙ୍କ ସମେତ ସମସ୍ତ କର୍ମଚାରୀ ଓ ଅଭିଭାବକମାନେ ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷରେ ମନୋଜ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।