No Result
View All Result
୩୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଗତ ୨୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉକ୍ତ ପରୀକ୍ଷାରେ ଚଳିତ ବର୍ଷ ମଧ୍ୟ ଛାତ୍ରୀମାନେ ବାଜିମାତ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ରତନପୁର ଗ୍ରାମର ମାତା ବି ମଞ୍ଜୁଲା ନାଇଡୁ ଓ ପିତା ବି ମନୋଜ କୁମାର ନାଇଡୁ ଙ୍କ ଏକମାତ୍ର କନ୍ୟା ବି ଦୀପିକା ନାଇଡୁ। ଏଥର ସମସ୍ତଙ୍କୁ ପଛରେ ପକାଇ ବ୍ଲକ୍ ଟପର୍ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ବୀପିକାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଶୁଅ ଛୁଟିବାର ଲାଗିଛି।
ଦୀପିକା ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ଅଧ୍ୟୟନ କରୁଥିଲେ। ତେବେ ଦୀପିକା ସମୁଦାୟ ୬୦୦ ନମ୍ବରରୁ ୫୦୯ ମାର୍କ (୮୪.୮୩%) ରଖି ଉକ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି। ସେ ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଟାଙ୍ଗି ବ୍ଲକ୍ ରେ ମଧ୍ଯ ପ୍ରଥମ ଅଧିକାର କରିଥିବାର ବିଦ୍ୟାଳୟ ସୂତ୍ରରୁ ପ୍ରକାଶ।ସୂଚନା ଥାଉକି ସେ ଖୋରଧା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୁରାତନ ଛାତ୍ରୀ ହୋଇଥିବା ବେଳେ ଦଶମ ଶ୍ରେଣୀରେ ମଧ୍ୟ ଶତକଡା ୯୧ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଥିଲେ।
ଦୀପିକା ରତନପୁରର ଟିଭି ସାମ୍ବାଦିକ ବି ମନୋଜ କୁମାର ନାଇଡୁ ଓ ମାତା ଶିକ୍ଷାବିତ୍ ମାଞ୍ଜୁଲା ନାଇଡୁଙ୍କ ଏକମାତ୍ର କନ୍ୟା ଅଟନ୍ତି। ତେବେ ସଂକୃତିଙ୍କ ସଫଳତା ପାଇଁ ସେ ପିତା ମାତା ସମେତ ତାଙ୍କ ଗୁରୁଜୀ ଶ୍ୟାସୁନ୍ଦର ପଟ୍ଟନାୟକ, କଲେଜ ର ସମସ୍ତ ଗୁରୁଜୀ ଗୁରୁମା ଓ ସହପାଠୀଙ୍କୁ ଶ୍ରେଉ ଦେଇଛନ୍ତି। ଏଥିପାଇଁ ରତନପୁରବାସୀ, କଲେଜ ର ସମସ୍ତ କର୍ମକର୍ତ୍ତା ଓ ନିରାକାରପୁରସ୍ଥିତ ଚାଣକ୍ୟ କୋଚିଙ୍ଗ ସେଣ୍ଟର୍ ଗର୍ବ ଅନୁଭବ କରିଥିବା ବେଳେ ତାଙ୍କର ଉତ୍ତୋରତର ଉନ୍ନତି କାମନା ସହ ଶୁଭେଚ୍ଛା ଜଣାଇଛନ୍ତି।
No Result
View All Result