୨୯ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ପଞ୍ଚୁକୋଟ ଛକ ନିକଟସ୍ଥ ନନ୍ଦନ ଢ଼ାବା ସମ୍ମୁଖରେ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ଉପରେ ରବିବାର ଦିନ ମଧ୍ୟାହ୍ନ 12ଟା 40ମିନିଟି ସମୟରେ ଭୁବନେଶ୍ୱର ରୁ ନୟାଗଡ ଅଭିମୁଖେ ଯାଉଥିବା ଗାଡି ନମ୍ବର OD08M5306 ନାମକ ଗ୍ୟାସ ବୋଝଇ ଟ୍ରକଟି ନଣ୍ଡା ବେହେରାଙ୍କ ଘର ଉପରେ ଧକ୍କା ଦେଇ ବିଲ ଭିତରକୁ ପଶିଯାଇଥିବାର ଦେଖିବାକୁ ମିଳିଛି l

ସୂଚନା ଅନୁସାରେ ରବିବାର ଦିନ ମଧ୍ୟାହ୍ନ ରେ ଗ୍ୟାସ ଭୋଝେଇ ଟ୍ରକଟି ନିଜର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଯାଇଥିଲା l ଏହି ଗ୍ୟାସ ବୋଝେଇ ଟ୍ରକରେ ଥିବା ଡ୍ରାଇଭର ଓ ହେଲଫର ସାମାନ୍ୟ ଆହତ ହୋଇଥିବା ଜଣାପଢିଛି l ରାସ୍ତାରେ ଯାଉଥିବା ଲୋକମାନେ ଉଭୟ ଡ୍ରାଇଭର ଓ ହେଲଫର ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l















