ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଲାଇନ୍ସ ମ୍ୟାନ୍ ଓ ବିଦ୍ୟୁତ୍ କର୍ମଚାରୀ କୁଂ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଗ୍ରାମବାସୀ କଂ ଅଭିଯୋଗ ପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି । ଏ ଭଳି ସମସ୍ୟା ସୃଷ୍ଠି ହୋଇଛି ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ର ବୁଗୁଡା ଗ୍ରାମରେ । ପ୍ରକାଶ ଥାଉ କି ,ଆଜକୁ ୩ ବର୍ଷ ତଳେ ବଜ୍ରପାତ ଫଳରେ ଗ୍ରାମର ମଣୀନାଗ ମନ୍ଦିର ନିକଟରେ ଥିବା ୬୩ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଟି ପୋଡ଼ି ଯାଇଥିଲା । ସବୁ ଗୁହାରି ନିଷ୍ଫଳ ହେବାପରେ, ଅଦ୍ୟାବଧି ଗ୍ରାମବାସୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରିନାହିଁ ।
© 2023 Odisha Taza News.