No Result
View All Result

୨୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨୩ଗୁରୁବାର ସଂନ୍ଧ୍ୟାରେ ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ବିଶ୍ଵନାଥ ନାୟକ ଙ୍କ ତତ୍ତ୍ଵବଧାନ ରେ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ସର୍ବ ଭାରତୀୟ ସ୍ତରରେ ଟାଏକୋଣ୍ଡୋ କ୍ରୀଡାରେ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ର କ୍ରୀଡାବିତ୍ ମାନେ ବହୁ ସୁନାମ ଅର୍ଜନ କରିଥିବା ଥିବା ଯୋଗୁଁ, ସମସ୍ତ ଜାତୀୟ ପଦକ ବିଜେତା, ଜାତୀୟ ରେଫରୀ ଓ ବ୍ଲାକ୍ ବେଲ୍ଟ ପାଇ ଥିବା କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ, ସମ୍ମାନ ଓ ସମ୍ବର୍ଦ୍ଧନା ଜଣେଇବା ଲକ୍ଷ୍ୟରେ ଏହି ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା ।

ଏହି ଉତ୍ସବ ରେ ବହୁ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତ ଥିବା ବେଳେ, ମାନ୍ୟବର ରାଜ୍ୟସଭା ସାଂସଦ ଶୁଭାସିଷ ଖୁଣ୍ଟିଆ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ, ମଞ୍ଚ ରେ ଆନ୍ତର୍ଜାତୀୟ ଗୁରୁ ତଥା ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ, ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ର ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ, ପୂର୍ବତନ କୁସ୍ତି କ୍ରୀଡାବିତ୍ ଭଗଵାନ ସୂପକାର, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ଓ କ୍ରୀଡା ପ୍ରେମୀ ଭାରତୀ ନାୟକ ଏହି ଉତ୍ସବ ରେ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଉତ୍ସବରେ ସିନିୟର୍ ଜାତୀୟ ପଦକ ବିଜେତା ସୁଶ୍ରୀ ସଂଯୁକ୍ତା ବରାଳସୁଶ୍ରୀ,ସୀମା କୁମାରୀ ହଁସଧା, ସନ୍ ତ୍ରିପାଠୀ, ସୁଶ୍ରୀ ଲିପିକା ପଲେଇ ଓ ସୂର୍ଯ୍ୟକାନ୍ତ ପତି। ଜୁନିୟର ଜାତୀୟ ପଦକ ବିଜେତା ସୁଶ୍ରୀ ମୋନିକା ପଲେଇ ଓ କ୍ୟାଡେଟ୍ ଜାତୀୟ ବିଜେତା ସୁଶ୍ରୀ ଅପର୍ଣ୍ଣା ସାହୁ , ଶୁଭମ୍ ମହାପାତ୍ର ଓ ଶ୍ରୀ ପ୍ରୀୟାଂଶୁ ସ୍ୱାଇଁ ଥିବାଳେ ସବ୍ ଜୁନିୟର ଜାତୀୟ ବିଜେତା ସୁଶ୍ରୀ ଡି. ଅର୍ପିତା ରେଡ୍ଡୀ, ସୁଶ୍ରୀ ଲକ୍ଷ୍ମୀପ୍ରିୟା ମୁଣ୍ଡା, ସୁଶ୍ରୀ ଦିବ୍ୟା ସାହୁ ଓ ଆର୍. ସିଦ୍ଧାର୍ଥ ରେଡ୍ଡୀ କ୍ରୀଡାବିତ୍ ମାନଙ୍କୁ ମାନ୍ୟବର ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଙ୍କ ଦ୍ଵାରା ଉତ୍ସବର ରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହାସହ ପୁରୀ ଜିଲ୍ଲା ର ସମସ୍ତ ଟାଏକୋଣ୍ଡୋ ଏକାଡେମୀ ର କୋଚ୍ ମାନଙ୍କ ସହ ଟାଏକୋଣ୍ଡୋ କ୍ରୀଡା ପ୍ରେମୀ ତଥା ଶୁଭଚିନ୍ତକ ମାନଙ୍କୁ ମଧ୍ୟ ଏହି ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ କ୍ରୀଡାବିତ୍ ମାନଙ୍କୁ ସାହସ ଓ ପ୍ରେରଣା ଦେବା ସହ, ଟାଏକୋଣ୍ଡୋ କ୍ରୀଡା ର ଆହୁରି ଉନ୍ନତି ପାଇଁ ସଦାସର୍ବଦା ସାହାଯ୍ୟ ଓ ସହଯୋଗ କରିବା ପାଇଁ ମାନ୍ୟବର ମୁଖ୍ୟ ଅତିଥି ସୁବାଶିଷ ଖୁଣ୍ଟିଆ ମତବ୍ୟକ୍ତ ରଖିଥିଲେ ।

No Result
View All Result