ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରେ ୨୨୯ ଟି ବୁଥ କରାଯାଇଛି । ୨୨୯ ଟି ବୁଥରେ ୨୨୯ ଜଣ ପ୍ରିଜାଇଡିଙ୍ଗ ଅଫିସର ଓ ୧୧୪୫ ଜଣ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି । ୨୨୯ ଟି ବୁଥ ମଧ୍ୟରୁ ହିଞ୍ଜିଳିକାଟୁ ପୌରାଞ୍ଚଳରେ ୧୯ ଟି, ହିଞ୍ଜିଳିକାଟୁ ବ୍ଳକରେ ୧୦୦ ଟି ଓ ହିଞ୍ଜିିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକରେ ୧୧୦ ଟି ବୁଥରେ ଭୋଟର ମାନେ ନିଜ ନିଜର ମତଦାନ କରିବେ । ୨୨୯ ଟି ବୁଥ ମଧ୍ୟରୁ ୩୨ଟି ସଖି ବୁଥ, ୧୦ଟି ଆଦର୍ଶ ବୁଥ, ୩ଟି ଯୁବ ପରିଚାଳିତ ମତଦାନ କେନ୍ଦ୍ର ଏବଂ ଗୋଟିଏ ପରିବେଶ ଅନୁକୂଳ ମତଦାନ କେନ୍ଦ୍ର ରହିଛି । ସଂପୃକ୍ତ ପରିବେଶ ଅନୁକୂଳ ମତଦାନ କେନ୍ଦ୍ର ମହିଳା ଅଧିକାରୀ ମାନଙ୍କ ଦ୍ଵାରା ପରିଚାଳନା କରାଯିବାର ବ୍ୟବସ୍ଥା ରହିଛି । ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୧୦୦ ଟି ବୁଥରେ ୱେବ କାଷ୍ଟିଂଙ୍ଗ ବ୍ୟବସ୍ଥା କରାଯାଇଥିବା ବେଳେ ଅବଶିଷ୍ଟ ୧୫ ଟି ବୁଥରେ ଭିଡ଼ିଓଗ୍ରାଫିର ବ୍ୟବସ୍ଥା କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହିଞ୍ଜିିଳି ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୨ ହଜାର ୧୦୯ ଭୋଟରଙ୍କ ମଧ୍ୟରୁ ହିଞ୍ଜିଳି ବ୍ଳକର (ପୁରୁଷ ୫୩,୧୮୦, ମହିଳା ୫୦,୦୫୨ ଓ ୧୦ ଜଣ ତୃତୀୟ ଲିଙ୍ଗୀ) ୧ ଲକ୍ଷ ୩ ହଜାର ୨୩୨ ଭୋଟର ଥିବା ବେଳେ ପୌରାଞ୍ଚଳରେ (ପୁରୁଷ ୧୧,୧୫୨ ଓ ମହିଳା ୧୦,୧୨୬) ୨୧,୨୭୬ଶେରଗଡ଼ ବ୍ଳକରେ ୧ ଲକ୍ଷ ୭ ହଜାର ୫୮୯ ଭୋଟର ରହିଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ୧୫ ପ୍ଳାଟୁନ ପୋଲିସ ଫୋର୍ସ ଓ ୭୨ ଜଣ ପୁଲିସ ଅଧିକାରୀଙ୍କୁ ନିୟୋଜନ କରାଯାଇଥିବା ସୂଚନା ମିଳିଛି ।
ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ ସମସ୍ତ ମତଦାନ କେନ୍ଦ୍ରରେ ସକାଳ ୭ଘଣ୍ଟା ଠାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଥଲା । ବିଭିନ୍ନ ମତଦାନ କେନ୍ଦ୍ର ଗୁଡ଼ିକରେ ମହିଳା ଓ ପୁରୁଷ ଭୋଟର ଲମ୍ବା ଧାଡ଼ିରେ ଠିଆ ହୋଇ ଶାନ୍ତି ଶୃଙ୍ଖଳାର ସହ ସେମାନଙ୍କ ବହୁ ମୂଲ୍ୟ ମତ ସାବ୍ୟସ୍ତ କରିଥିଲେ। ମୁଖ୍ୟତଃ ପ୍ରାୟ ଅଧିକାଂଶ ମତଦାନ କେନ୍ଦ୍ରରେ ମହିଳା ଭୋଟର ଖରା, ତାତି ଓ ଗୁଳୁଗୁଳିକୁ ଭ୍ରୁକ୍ଷେପ ନ କରି ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରିଥିଲେ। କିଛି ମତଦାନ କେନ୍ଦ୍ର ଗୁଡ଼ିକୁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ପ୍ରକିୟାକୁ ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ପୌରଞ୍ଚକ ଓ ଗ୍ରାମାଞ୍ଚଳର ମତଦାନ କେନ୍ଦ୍ର ଗୁଡ଼ିକରେ ସ୍ବେଛାସେବୀ, ଦଳୀୟ ନେତା ଓ କର୍ମୀ ଭୋଟରଙ୍କୁ ମତଦାନ ସକାଶେ ସହଯୋଗ କରିଥିଲେ। ଅଂଶୁଘାତ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରା ଯାଇଥିଲା । ଗଣତନ୍ତ୍ରର ଏହି ମହାପର୍ବରେ ଭୋଟର ମାନେ ସାମିଲ ହୋଇ ଉତ୍ସାହର ସହିତ ମତ ସାବ୍ୟସ୍ତ କରି ଫେରୁଥିବା ପରିଲକ୍ଷିତ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ହାର ଥିବା ସୂଚନା ମିଳିଛି । ଏହି ଗଣପର୍ବରେ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ନଗର ବିଜେଡି ଯୁବ ସଭାପତି ସଞ୍ଜୟ କୁମାର ପଣ୍ଡା, ପ୍ୟାରୀମୋହନ ପାଢ଼ୀ, ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠି, ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୂଖ ମତଦାନ କରିଥିଲେ ।
© 2023 Odisha Taza News.