No Result
View All Result
୨୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ସୃଜନିକା ଭାଷା,ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ଅନୁଷ୍ଠିତ ହେଉଥିବା ବ୍ଲକ୍ ସ୍ତରୀୟ “ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ” ପ୍ରତିଯୋଗିତା ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି । ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ କାମରାଜ ବାରାଡ ଏହାକୁ ଉଦ୍ ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଦୁର୍ବାସା ସାମଲ୍ ଏବଂ ସମ୍ମାନିତ ଅତିଥି ଭାବେ ଦାମୋଦର ସାହୁ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ସୃଜନିକାର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଓ ଉପସଭାପତି ଅଧ୍ୟାପିକା ନିଳୀମା ନନ୍ଦ ସୃଜନିକା ଉପରେ ସାମ୍ୟକ୍ ସୂଚନା ପ୍ରଦାନ କରିଥିଲେ।

ଅତିଥି ମାନେ ପ୍ରତିଯୋଗୀ ମାନଙ୍କର ଗୁଣ ଗାରିମା,ସେମାନଙ୍କର ନୃତ୍ୟ ସମ୍ପର୍କ ରେ ଏବଂ ଭାପୁର ବ୍ଲକ୍ ର ପ୍ରତିଭା ଗୁଡ଼ିକ ସମ୍ପର୍କ ରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅଡିସନ୍ ରେ ମୋଟ ୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ସାଇସ୍ମୃତି ପଟ୍ଟନାୟକ, ସ୍ମୃତିମୟୀ ରାଉତ, ଶ୍ରେୟାଂଶି ସାହୁ,କରିନା ନାଥଶର୍ମା ଓ ସୁଶ୍ରୀ ସଙ୍ଗୀତ ବେହେରା ସେମି ଫାଇନାଲ କୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରତ୍ୟେକ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ଅତିଥି ମାନେ ପ୍ରଦାନ କରିଥିଲେ।ସେମି ଫାଇନାଲ ନୟାଗଡ ସଦର ମହକୁମା ରେ ଅନୁଷ୍ଠିତ ହେବ। ଏହାକୁ ସୃଜନିକା ର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୁରଦେଓ ପରିଚାଳନା କରିଥିଲେ ।

No Result
View All Result