୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରଥ ନିର୍ମାଣର ଅଷ୍ଟମ ଦିବସରେ ରଥ ନିର୍ମାଣକରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟକୁ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ଆଗେଇ ନେଇଥିଲେ।ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି |ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ତୁମ୍ବ ଗୁଡ଼ିକ ରେ ଅଗର ବିନ୍ଧ ଆରମ୍ଭହୋଇଥିଲା |
ତିନି ରଥର ମୋଟ ୪୨ ଗୋଟି ତୁମ୍ବ ରେ ୧୬ ଯୋଡା ବିନ୍ଧ କାର୍ଯ୍ୟ ତିନି ରଥ ର ବିଶ୍ଵକର୍ମା ମହାରଣା ସେବକ ମାନେ ଜାରୀ ରଖିଛନ୍ତି | ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ତୁମ୍ବ ଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯିବା ସହ ତୁମ୍ବଗୁଡ଼ିକର ବଳକା ଅଂଶ ଘେର କଟା କରତୀ ସେବକଙ୍କ ଦ୍ଵାରା ଶେଷ ହୋଇଛି।

ତାଳଧ୍ଵଜ ରଥ ଚାଳିରେ ୧୪ ଗୋଟି ତୁମ୍ବ ମଧ୍ୟରୁ ଦୁଇଟି ନହାକା ତୁମ୍ବ ଏବଂ ଦୁଇଟି ପଡ଼ି ନାହାକା ତୁମ୍ବ ର ୧୬ ଯୋଡା ବିନ୍ଧ ଶେଷ ହୋଇ, ଉକ୍ତ ତୁମ୍ବ ଗୁଡ଼ିକର ଘେର କଟା କାର୍ଯ୍ୟ ଶେଷ ହୋଇଛି । ଦର୍ପ ଦଳନ ରଥ ଚାଳିରେ ୧୨ ଗୋଟି ତୁମ୍ବ ରୁ ୪ଗୋଟି ନହାକା ତୁମ୍ବ ଏବଂ ଏକ ଗୋଟି ପଡ଼ି ନାହାକା ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଦେବୀ ରଥ ଅହାରଣା ସେବକ ମାନେ ଶେଷ କରି ଉକ୍ତ ତୁମ୍ବ ଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯାଇଅଛି ।

ପରେ ଭୋଇ ସେବକ ଙ୍କ ସହାୟତାରେ କରତୀ ସେବକ ଙ୍କୁ ଯୋଗାଇ ଦେବାରେ ଉକ୍ତ ତୁମ୍ବ ଗୁଡ଼ିକର ବଳକା ଅଂଶ ଘେର କଟା କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥ ଚାଳିରେ ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ତୁମ୍ବ ରୁ ଆଜି ସୁଦ୍ଧା ୪ ଗୋଟି ନାହାକା ତୁମ୍ଭ ଏବଂ ୪ଗୋଟି ପଡ଼ି ନାହାକା ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ପରେ ତୁମ୍ବ ଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କାର୍ଯ୍ୟ ଶେଷ ହୋଇ ଅଛି ।

କମାର ଶାଳରେ ତିନି ରଥ ଓଝା ସେବକ ମାନେ ତିନି ରଥର ୪୨ ତୁମ୍ବ ପାଇଁ ୬,୬ ଟି ତୁମ୍ବ ରେ ଅର ସଂଯୋଗ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ସହ ଶେଷ କରି, ତିନି ରଥ ନହାକା ତୁମ୍ବ ପାଇଁ ଆବଶ୍ୟକ ପନ୍ଦାରି ବଳା ନିର୍ମାଣ ଶେଷ କରି ସେଗୁଡ଼ିକର ମଠ । କାର୍ଯ୍ୟ ଜାରୀ ରଖିଛନ୍ତି ।



















