No Result
View All Result
୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଅଗ୍ରଣୀ ସାହିତ୍ୟାନୁଷ୍ଠାନ “ଶ୍ୱେତପଦ୍ମା” ପକ୍ଷରୁ ଅଦ୍ୟ ପୂର୍ବାହ୍ନରେ ମାତୃ ଦିବସ ସ୍ଥାନୀୟ ଜୟଦେବ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ପଣ୍ତିତ ପ୍ରଦୀପ କିଶୋର ତ୍ରିପାଠୀ ବେଦଧ୍ୟୟନ କରିବା ପରେ ଆନୁଷ୍ଠାନିକ ଭାବରେ ସଭାକାର୍ଯ୍ୟ ଆରମ୍ଭ କରଯାଇଥିଲା । ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ଲେଙ୍କା ମଞ୍ଚ ମଣ୍ଡନ କରିଥିଲେ ।

ଅନୁଷ୍ଠାନର ଉପ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ କଣ୍ଟାମଳିମ ଗ୍ରାମର ସର୍ବଜନାଦୃତ ମହିୟସୀ ମହିଳା ଶ୍ରୀମତୀ ଗୁରେଇ ଲେଙ୍କାଙ୍କୁ ମାତୃ ଦିବସର ସର୍ବଶ୍ରେଷ୍ଠ ମାତା ଭାବରେ ପୁଷ୍ପଗୁଚ୍ଛ, ଉପାୟନ , ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଅଂଶଗ୍ରହଣ କରିବା ସହିତ ଯୁବ ସମାଜସେବୀ ଜଗଦୀଶ ଚନ୍ଦ୍ର ପାତ୍ର,ସୋମନାଥ ସାହୁ,

ଶ୍ରୀକୁମାର ସାହୁ, ଲକ୍ଷ୍ମୀଧର ମହାରଣା, ସୁକଦେବ ଲେଙ୍କା, ନଟବର ପାତ୍ର, ଅନିରୁଦ୍ଧ ଲେଙ୍କା, ଭିକାରୀ ମାନଧାତା, ସାଇରାମ ପାତ୍ର, ସାରଥୀ ମାଝୀ, ସୁଷମା ପାତ୍ର, ସାବିତ୍ରୀ ପାତ୍ର, ସରୋଜିନୀ ମାର୍ଥା, ଚାରୁଲତା ହରିଚନ୍ଦନ, ଅନନ୍ୟା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ଯୁବ ସ୍ବେଚ୍ଛାସେବୀ ନୃସିଂହ ଚରଣ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ ।


No Result
View All Result