• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

Proprietor Abhimanyu Maharana by Proprietor Abhimanyu Maharana
May 13, 2024
in ଓଡ଼ିଶା, ଢେଙ୍କାନାଳ, ରାଜନୀତି, ହୋମ୍
0
ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
Share on FacebookShare on TwitterWhatsapp

ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା ଓ ତାଳଚେରରେ ବିଜେପିର ମୁଖା ଖୋଲିଲେ ପାଣ୍ଡିଆନ

୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଢେଙ୍କାନାଳ :-> ତାଳଚେର ଜନସଭାରେ କହିଲେ କୋଇଲା ରୟାଲଟି ବିଷୟ ଉଠିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି, କହୁଛନ୍ତି ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ବହୁତ ପଇସା ମିଳୁଛି, ରୟାଲଟି ବୃଦ୍ଧି ଦରକାର ନାହିଁ, କିନ୍ତୁ କେନ୍ଦ୍ର ସରକାରଙ୍କ ଏମ୍‍.ସି.ଏଲ୍‍. ଆୟକର ଛାଡ଼ି ଲାଭ କରୁଛି ୧୩ ହଜାର ୭୦୦ କୋଟି, କିନ୍ତୁ ଓଡ଼ିଶା ପାଉଛି ମାତ୍ର ୪ ହଜାର କୋଟି, ୨୦୦୪ରୁ କୋଇଲା ରୟାଲଟି ସଂଶୋଧନ ହୋଇନାହିଁ, ସଂଶୋଧନ ହୋଇଥିଲେ ଓଡ଼ିଶା ପାଇଥାନ୍ତା ୧୦ ହଜାର କୋଟି, ଡି.ଏମ୍‍.ଏଫ୍ ବାବଦରେ ୨ ହଜାର କୋଟି, ୧୨ ହଜାର କୋଟିରେ ଆପଣଙ୍କ ଅଞ୍ଚଳର ବ୍ୟାପକ ରୂପାନ୍ତରଣ ହୋଇପାରିଥାନ୍ତା, କିନ୍ତୁ ରୟାଲଟି କଥା କହିଲେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି,

ମୁଖ୍ୟମନ୍ତ୍ରୀ ଚୌକି ଲୋଭ ଥିବା ବ୍ୟକ୍ତି କେବେ ବି ଭଲ କାମ କରିପାରିବେ ନାହିଁ

ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁ ଦୁଃଖର କଥା
ବିଜେପୁର ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ିଲେ ୪୦ ହଜାର ଭୋଟରେ ହାରିଲେ

ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ

ଓଡ଼ିଶାର ଏହି ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ସହି ପାରିବେ କି ? ଆପଣମାନଙ୍କ ଆଶୀର୍ବାଦରେ ସେମାନେ ଏଥର ବି ପରାଜୟ ଗ୍ରହଣ କରିବେ

କେନ୍ଦ୍ରମନ୍ତ୍ରୀ ଆପଣଙ୍କ ଅଞ୍ଚଳର, ଦଶବର୍ଷ ହେଲା ମନ୍ତ୍ରୀ ଅଛନ୍ତି, ଖୁସିର କଥା, କିନ୍ତୁ ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି, ଏ ମାଟିରେ ପୁଅ ହୋଇ କାହିଁକି କରିପାରିଲେ ନାହିଁ ? ନିଜ ଅଞ୍ଚଳ, ନିଜ ମାଟି ପାଇଁ କ’ଣ କରିଛନ୍ତି ?

୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେ ନାହିଁ, ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ, ଏବେ ସେଠି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି

ନବୀନ ପଟ୍ଟନାୟକ ଓଡ଼ିଶାର କୌଣସି ଜିଲ୍ଲାରେ ନିର୍ବାଚନ ଲଢ଼ିବାକୁ ଡରୁ ନାହାନ୍ତି, କେନ୍ଦ୍ରମନ୍ତ୍ରୀ ନିଜ ମାଟିରେ ଛିଡ଼ା ହେବାକୁ କାହିଁକି ଡରୁଛନ୍ତି, ଯେଉଁ ବ୍ୟକ୍ତିର ସେବା ନୁହେଁ କେବଳ କ୍ଷମତା ଲୋଭ ଥିବ ସେ କେବେ ବି ଜିତି ପାରିବ ନାହିଁ,

ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ୱା ଜବାହର ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି ? ଗୋଟିଏ ବି ଦକ୍ଷତା ବିକାଶ କେନ୍ଦ୍ର ଖୋଲିଛନ୍ତି କି ? କଟକ-ସମ୍ୱଲପୁର ରାସ୍ତା ଏ ପର୍ଯ୍ୟନ୍ତ କରିପାରିଲେନି, ତୈଳମନ୍ତ୍ରୀ ଭାବେ ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦର କମେଇ ପାରିଲେ କି ? କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁସ୍କୁଲର 5T ରୂପାନ୍ତରଣ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି

ଦୁଇଦିନ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସୋଲାର ପେନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ ବୋଲି କହିଲେ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ, ଏଇଟା ହେଉଛି ବିଜେପିର ମାଗଣା ବିଜୁଳି

ଜୁନ ୯ ତାରିଖ ୯.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ କରିବେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ ରଦ୍ଦ କରିବା ପାଇଁ, ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ?

ପାଲଲହଡାରେ ସ୍ୱାଧିନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ, ଏହି ପବିତ୍ର ମାଟିର ବରପୁତ୍ରମାନଙ୍କର ସମ୍ମାନ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରିଛନ୍ତି କି ? ଏ ମାଟିରେ ଜନ୍ମ ହୋଇ ଜନ୍ମମାଟିକୁ ଭୁଲି ଯାଇଛନ୍ତି

ସାମ୍ୱାଦିକ ସମ୍ମିଳନୀରେ ବିଜେପି ନେତା କହୁଛନ୍ତି, କ୍ଷମତାକୁ ଆସିଲେ ଓଡ଼ିଶାକୁ ୧ ନମ୍ୱର କରିବେ, ୧ ନମ୍ୱର ନୁହେଁ ରାଜ୍ୟକୁ ୨୫ ବର୍ଷ ତଳକୁ ନେଇଯିବେ, ଯେଉଁ ରାଜ୍ୟରେ ଅଛନ୍ତି ସେଠି ଏହାହିଁ କରିଛନ୍ତି

ଆଜି ସକାଳେ ବିଜେପିର ଟାଣୁଆ ନେତାମାନେ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ କିନ୍ତୁ ନିଜ ନିଜ ଭିତରେ ଝଗଡ଼ା ଲାଗି ବନ୍ଦ ହୋଇଗଲା

ମୁଁ ତାଙ୍କୁ ଆହ୍ୱାନ କରୁଛି ନବୀନ ବାବୁଙ୍କ ବିପକ୍ଷରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ କରନ୍ତୁ, ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ, ଏତେ ମିଛ କଥାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ

ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାର ମାର୍ଜିନରେ ଆଶୀର୍ବାଦ କରନ୍ତୁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରନ୍ତୁ, କର୍ମୀମାନଙ୍କୁ ସମ୍ବୋଧନ କରି କହିଲେ ଯେ ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବାର ଅଛି

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା ଓ ତାଳଚେରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଏବଂ ବିଧାନ ସଭା ପ୍ରାର୍ଥୀ ଶ୍ରୀ ମହେଶ ସାହୁ, ଡଃ ନୃସିଂହ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ବ୍ରଜ କିଶୋର ପ୍ରଧାନ ଓ ମୁକେଶ ପାଳଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି ।

ଆଜିର ଜନସଭାଗୁଡ଼ିକରେ ବିଜେପି ଦଳ ଉପରେ ଶାଣିତ ଆକ୍ରମଣ କରି ଦଳର ମୁଖା ଖୋଲିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀଙ୍କ ସବୁ ଛଳନାକୁ ଲୋକଙ୍କ ସାମନାରେ ଖୋଲିଛନ୍ତି ଶ୍ରୀ ପାଣ୍ଡିଆନ ।

  1. • ସ୍ମୃତି ପୀଠ କଥା ଉଲ୍ଲେଖ କରି ମହାନ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ

  2. • ଦଶ ବର୍ଷ ହେଲା ଏ ମାଟିର ପୁଅ ଜଣେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଏହା ଓଡିଶା ପାଇଁ ଖୁସି ଓ ଗର୍ବର କଥା

  3. • କେନ୍ଦ୍ର ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ, ଚାହିଁଥିଲେ ପ୍ରତି ବ୍ଲକରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥାନ୍ତା, ଗୋଟିଏ ଦସ୍ତଖତରେ ନବୋଦୟ ବିଦ୍ୟାଳୟ ହୋଇଥାନ୍ତା, ହେଲା କି?

  4. • ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିଲେ କି ? ତୈଳ ମନ୍ତ୍ରୀ ଭାବେ ଏଲପିଜି ଦର କମେଇଲେ କି? ପେଟ୍ରୋଲ, ଡିଜେଲ ଦର କମେଇଲେ କି?

  5. • ଏହି ପବିତ୍ର ମାଟିର ବରପୁତ୍ରମାନଙ୍କ ସମ୍ମାନ ରଖିବା ପାଇଁ କିଛି କଲେ କି? କିଛି କଲେ ନାହିଁ

  6. • ଓଡିଶା ପାଇଁ କଣ କରିଛନ୍ତି, ଏହା ହେଉଛି ଏ ମାଟିରେ ଜନ୍ମ ହୋଇ ନିଜ ମାଟିକୁ ଭୁଲି ଯିବା

  7. • ଏଥି ପାଇଁ ପ୍ରତ୍ୟେକ ନିର୍ବାଚନରେ ଅଞ୍ଚଳବାସୀ ତାଙ୍କୁ ଉଚିତ୍‌ ଜବାବ ଦେଉଛନ୍ତି

  8. • ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଓ ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି

  9. • ନିଜ ମାଟିକୁ ଅବହେଳା କରିଥିବା ପରିଚୟ ନେଇ ଏତେ ସାହସ କେଉଁଠୁ ଆସିଲା ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ପାଇଁ

  10. • ଗାଁ ଠାରୁ ସହର ପର୍ଯ୍ୟନ୍ତ ଓଡିଶାର ସମସ୍ତ ଅଞ୍ଚଳର ବିକାଶ ଘଟିଛି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଯୋଗୁ

  11. • ନିଜ ପଞ୍ଚାୟତ କିମ୍ବା ନିଜ ଅଞ୍ଚଳରେ ଗୋଟିଏ ମନ୍ଦିର କି ଗୋଟିଏ ସ୍କୁଲ କରିପାରିଲେନି କେନ୍ଦ୍ର ମନ୍ତ୍ରୀ, ତା ବି ନବୀନ ପଟ୍ଟନାୟକ କରିଛନ୍ତି

  12. • ଜୁନ୍‌ ୯ରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଦାୟିତ୍ୱ ନେବେ, ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ୍ ଛାଡ

  13. • ମୁଖ୍ୟମନ୍ତ୍ରୀ ବିଜୁଳି ବିଲ୍‌ ଛାଡ କରୁଛନ୍ତି ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗୁଛି

  14. • ପଚାଶ ହଜାର ଭୋଟ ବ୍ୟବଧାନରେ ଉଭୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ମୀ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଲେ

  15. • ହାରିବା ଆମ କେନ୍ଦ୍ର ମନ୍ତ୍ରୀଙ୍କ ପରିଚୟ ହୋଇଯାଇଛି

  16. • କେନ୍ଦ୍ର ମନ୍ତ୍ରୀଙ୍କୁ ଆହ୍ୱାନ କଲେ, ଆପଣଙ୍କ ନିଜ ମାଟିରେ ଶଙ୍ଖ ବାଜିବ ଜନତାଙ୍କ ଆଶୀର୍ବାଦରେ

  17. • ପାଲଲହଡା ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଜନମତ ସଂଗ୍ରହ କଲେ

  18. ତାଳଚେରରେ ଏକ ବିଶାଳ ଜନସଭାରେ ସେ କହିଲେ କୋଇଲା ରୟାଲଟି ବିଷୟ ଉଠିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି । କହୁଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ବହୁତ ପଇସା ମିଳୁଛି, ରୟାଲଟି ବୃଦ୍ଧି ଦରକାର ନାହିଁ । କିନ୍ତୁ କେନ୍ଦ୍ର ସରକାରଙ୍କ ଏମ୍‍.ସି.ଏଲ୍‍. ଲାଭ କରୁଛି ୨୭ ହଜାର ୫୦୦ କୋଟି । ଟ୍ୟାକ୍‍ସକୁ ବାଦ୍‍ ଦେଲେ ଲାଭ କରୁଛି ୧୩ ହଜାର ୭୦୦ କୋଟି । କିନ୍ତୁ ଓଡ଼ିଶା ଏଥିରୁ ପାଉଛି ମାତ୍ର ୪ ହଜାର କୋଟି । ୨୦୦୪ରୁ କୋଇଲା ରୟାଲଟି ସଂଶୋଧନ ହୋଇନି । ଯଦି ରୟାଲଟି ସଂଶୋଧନ ହୋଇଥାନ୍ତା ତେବେ ଓଡ଼ିଶା ପାଇଥାନ୍ତା ୧୦ ହଜାର କୋଟି ଏବଂ ଡି.ଏମ୍‍.ଏଫ୍ ବାବଦରେ ମଧ୍ୟ ୨ ହଜାର କୋଟି । ସମୁଦାୟ ୧୨ ହଜାର କୋଟିରେ ଆପଣଙ୍କ ଅଞ୍ଚଳର ବ୍ୟାପକ ରୂପାନ୍ତରଣ ହୋଇପାରିଥାନ୍ତା । କିନ୍ତୁ ରୟାଲଟି କଥା କହିଲେ କେନ୍ଦ୍ରମନ୍ତ୍ରୀ ରାଗିକି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନ ଭାଷାରେ ଗାଳି କରୁଛନ୍ତି । ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁ ଦୁଃଖର କଥା । ବିଜେପୁର ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ିଲେ, ତା’ପରେ ୪୦ ହଜାର ଭୋଟରେ ହାରିଲେ । ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ । ଓଡ଼ିଶାର ଏହି ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ସହି ପାରିବେ କି ? ଆପଣମାନଙ୍କ ଆଶୀର୍ବାଦରେ ସେମାନେ ଏଥର ବି ପରାଜୟ ଗ୍ରହଣ କରିବେ

କେନ୍ଦ୍ରମନ୍ତ୍ରୀ ଆପଣଙ୍କ ଅଞ୍ଚଳର, ଦଶବର୍ଷ ହେଲା ମନ୍ତ୍ରୀ ଅଛନ୍ତି, ଖୁସିର କଥା, କିନ୍ତୁ ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି, ଏ ମାଟିରେ ପୁଅ ହୋଇ କାହିଁକି କରିପାରିଲେ ନାହିଁ ? ନିଜ ଅଞ୍ଚଳ, ନିଜ ମାଟି ପାଇଁ କ’ଣ କରିଛନ୍ତି ? ମନ୍ତ୍ରୀ ହେବାର ୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେ ନାହିଁ । ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ । ଏବେ ସେଠି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି ।ନବୀନ ପଟ୍ଟନାୟକ ଓଡ଼ିଶାର କୌଣସି ଜିଲ୍ଲାରେ ନିର୍ବାଚନ ଲଢ଼ିବାକୁ ଡରୁ ନାହାନ୍ତି, କେନ୍ଦ୍ରମନ୍ତ୍ରୀ ନିଜ ମାଟିରେ ଛିଡ଼ା ହେବାକୁ କାହିଁକି ଡରୁଛନ୍ତି ।

କେନ୍ତ୍ରମନ୍ତ୍ରୀ ଓଡ଼ିଶାରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ୱା ଜବାହର ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି ? ଗୋଟିଏ ବି ଦକ୍ଷତା ବିକାଶ କେନ୍ଦ୍ର ଖୋଲିଛନ୍ତି କି ? କଟକ-ସମ୍ୱଲପୁର ରାସ୍ତା ଏ ପର୍ଯ୍ୟନ୍ତ କରିପାରିଲେନି । ତୈଳମନ୍ତ୍ରୀ ଭାବେ ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦର କମେଇ ପାରିଲେ କି ? କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁସ୍କୁଲର 5T ରୂପାନ୍ତରଣ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ଯେଉଁ ବ୍ୟକ୍ତିର ସେବା ନୁହେଁ କେବଳ କ୍ଷମତା ଲୋଭ ଥିବ ସେ କେବେ ବି ଜିତି ପାରିବ ନାହିଁ, ମୁଖ୍ୟମନ୍ତ୍ରୀ ଚୌକି ଲୋଭ ଥିବା ବ୍ୟକ୍ତି କେବେ ବି ଭଲ କାମ କରିପାରିବେ ନାହିଁ ।

ଦୁଇଦିନ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ ବୋଲି କହିଲେ । କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ । ଏଇଟା ହେଉଛି ବିଜେପିର ମାଗଣା ବିଜୁଳି । ଶ୍ରୀ ପାଣ୍ଡିଆନ ଦୃଢୋକ୍ତି ପ୍ରକାଶ କରି କହିଲେ ଯେ ଜୁନ ୯ ତାରିଖରେ ୯.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ କରିବେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ ରଦ୍ଦ କରିବା ପାଇଁ, ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ? ଡବଲ ଇଞ୍ଜିନ ସରକାର ଦିନରେ ଆପଣଙ୍କୁ ଭୁଆଁ ବୁଲାଉଛନ୍ତି, ଦିନରେ ଲଣ୍ଠନ ଦେଖାଉଛନ୍ତି, ନିର୍ବାଚନ ସରିଗଲେ ଏମାନଙ୍କୁ ଆପଣ ଖୋଜିଲେ ବି ପାଇବେନି ।

ପାଲଲହଡାରେ ସ୍ୱାଧିନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପାଣ୍ଡିଆନ କହିଲେ ଯେ ଏହି ପବିତ୍ର ମାଟିର ବରପୁତ୍ରମାନଙ୍କର ସମ୍ମାନ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରିଛନ୍ତି କି ? ଏ ମାଟିରେ ଜନ୍ମ ହୋଇ ଜନ୍ମମାଟିକୁ ଭୁଲି ଯାଇଛନ୍ତି । ସେ ପୁଣି କହିଲେ ଯେ ସାମ୍ୱାଦିକ ସମ୍ମିଳନୀରେ ବିଜେପି ନେତା ଦାବି କରୁଛନ୍ତି ଯେ କ୍ଷମତାକୁ ଆସିଲେ ଓଡ଼ିଶାକୁ ୧ ନମ୍ୱର କରିବେ । ୧ ନମ୍ୱର ନୁହେଁ, ରାଜ୍ୟକୁ ୨୫ ବର୍ଷ ତଳକୁ ନେଇଯିବେ । ଯେଉଁ ରାଜ୍ୟରେ ଅଛନ୍ତି ସେଠି ଏହାହିଁ କରିଛନ୍ତି ।

ଆଜି ସକାଳର ବିଜେପିର ପ୍ରେସ୍‍ମିଟ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ବିଜେପିର ଟାଣୁଆ ନେତାମାନେ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ । କିନ୍ତୁ ନିଜ ନିଜ ଭିତରେ ଝଗଡ଼ା ଲାଗି ବନ୍ଦ ହୋଇଗଲା । ବିଜେପିକୁ ଚ୍ୟାଲେଞ୍ଜ କରି ସେ କହିଲେ ଯେ ମୁଁ ତାଙ୍କୁ ଆହ୍ୱାନ କରୁଛି ନବୀନ ବାବୁଙ୍କ ବିପକ୍ଷରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ ଯଦି କରନ୍ତୁ । ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ । ଏତେ ମିଛ କଥାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ।

ଶେଷରେ ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାର ମାର୍ଜିନରେ ଆଶୀର୍ବାଦ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ସେ ଅନୁରୋଧ କରିଥିଲେ । କର୍ମୀମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବୋଧନ କରି ସେ କହିଲେ ଯେ ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦିଅନ୍ତୁ ।ସଭାଗୁଡ଼ିକରେ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖି ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇ ନବୀନ ବାବୁଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

June 16, 2025
ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

June 16, 2025

Recent News

ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

June 16, 2025
ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

June 16, 2025
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version