No Result
View All Result
୧୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଷଷ୍ଠ ଓଡିଶା ଏନସିସି ବାଟାଲିୟନ ଆନୁକୂଲ୍ୟରେ ଚଳିତ ମାସ 11ରୁ 20 ତାରିଖ ପର୍ଯ୍ୟନ୍ତ ପ୍ରଥମ ମିଳିତ ପ୍ରଶିକ୍ଷଣ ଶିବିର ପୁରୀ ଭୋଳାନାଥ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । 4ଟି ଜିଲ୍ଲା ରୁ ପ୍ରାୟ 600 ଏନସିସି କ୍ୟାଡେଟ ଏଥିରେ ଅଂଶ ଗ୍ରହଣ କରିଥିଲେ । କମାଣ୍ଡିଙ୍ଗ ଅଧିକାରୀଙ୍କ ସମେତ ପ୍ରାୟ 20ଜଣ ପି. ଆଇ.ଷ୍ଟାଫ୍ଫ ଏବଂ 13ଜଣ ଏନସିସି ଅଫିସର ଏହି ଶିବିରକୁ ପରିଚାଳନା କରିଥିଲେ ।
ଏନସିସି କମାଣ୍ଡିଙ୍ଗ ଅଧିକାରୀ କର୍ନେଲ ସୁଦିପ ସିହ୍ନା ଅନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ | ସେ ତାଙ୍କ ବକ୍ତବ୍ୟ ରେ କହିଲେ ଯେ କ୍ୟାଡେଟ ମାନେ ହିଁ ଦେଶର ଭବିଷ୍ୟତ ଓ ଦେଶର ମେରୁଦଣ୍ଡ। ଦେଶ ରକ୍ଷା ପାଇଁ ସେମାନଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ।
ଏଠାରେ କ୍ୟାଡେଟ ମାନଙ୍କୁ ପ୍ୟାରେଡ,ବନ୍ଧୁକ ଚାଳନା ଓ ଆତ୍ମ ରକ୍ଷା କୌଶଳ, ପ୍ରତି ବନ୍ଧକ ଦୌଡ, ସଡ଼କ ସୁରକ୍ଷା, ସମାଜ ସେବା, ନିଆଁ ଲିଭା ଜ୍ଞାନ କୌଶଳ ସମେତ ସାଇବର ଠକେଇ ରୋକିବା ସମ୍ପର୍କ ରେ ତାଲିମ ପ୍ରଦାନ କରାଯାଉଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଷ୍ଟାଫ୍ଫ କୁ କମାଣ୍ଡିଙ୍ଗ ଅଧିକାରୀ ସାଧୁବାଦ ଜଣାଇଥିଲେ |
No Result
View All Result