No Result
View All Result
୧୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ଦିନ କେଇଟା ପରେ ମତଦାନ।ସାରା ଓଡ଼ିଶାରେ ନିର୍ବାଚନ ର ଉଷ୍ମତା ଦେଖିବାକୁ ମିଳୁଛି। ବିଭିନ୍ନ ରାଜନୈତିକ ଦଳ ବିଜୟୀ ହେବା ଲକ୍ଷ୍ୟରେ। ଯେଉଁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ସେହି ଦଳ ହଁ ସରକାର ଗଢିବ।ତେଣୁ ଯେଣେତେଣେ ପ୍ରକାରେ ଏହି ୨୦୨୪ ସାଧାରଣ ନିର୍ବାଚନ କୁ ଯିତିବା ପାଇଁ ଉଦ୍ୟମ କରିବେ। ନିର୍ବାଚନରେ ଭୋଟର୍ ମାନଙ୍କୁ ଟଙ୍କା ବାଣ୍ଟିବା ନେଇ ବିଭିନ୍ନ ଦିଗ ଦେଇ ଟଙ୍କା ଗାଡ଼ିରେ ଆସି ପାରେ। ତେଣୁ ଏହାକୁ ଆଖି ଆଗରେ ରଖି ପିପିଲି ପୋଲିସ୍ ଏବେଠୁ ପ୍ରସ୍ତୁତ ହେଲେଣି। କିଭଳି ଭାବରେ ନିର୍ବାଚନ ସ୍ଵଛତାର ସହ ହେବ ତାକୁ ରୋକିବାକୁ ନେଇ ଆଜି ପିପିଲି ପୋଲିସ୍ ଟୋଲ୍ ଗେଟ୍ ନିକଟରେ ଯାଞ୍ଚ୍ ଆରମ୍ଭ କରିଛି।
କାରଣ ପିପିଲି ୩୧୬ ନଂ ଜାତୀୟ ରାଜପଥ ହୋଇଥିବାରୁ ଏହି ବାଟ ଦେଇ ଗାଡ଼ିରେ ଟଙ୍କା ଆସିପାରେ ପୁରୀ, ପିପିଲି, ନିମାପଡ଼ା ଓ କୋଣାର୍କକୁ ଗାଡ଼ିରେ ଟଙ୍କା ଆସୁଥିବା ସନ୍ଦେହ ନେଇ ପିପିଲି ପୋଲିସ୍ ତରଫରୁ ଓ,ଆଇ,ସି ମମତା ବିଶ୍ବାଳ ଓ ମାଜିଷ୍ଟ୍ରେଟ ପାୱାର ପାଇଥିବା ଲକ୍ଷ୍ମୀଧର ଦାସ ଙ୍କ ଉପସ୍ଥିତିରେ ଏହି ପିପିଲି ଟୋଲ୍ ଗେଟ୍ ନିକଟରେ ପ୍ରତ୍ୟେକ ଗାଡ଼ିକୁ ଅଟକାଇ କଡ଼ା କଡ଼ି ଭାବେ ତନଖି କରାଯିବା ସହିତ, ଯେଉଁ ଗାଡି କିମ୍ବା ବାଳକଙ୍କ ଉପରେ ସନ୍ଦେହ ହେଉଥିଲା ତାଙ୍କୁ ବାହାରକୁ ଡାକି ଅଧିକ ଯାଞ୍ଚ୍ କରିବା ସହ ପଚରାଉଚରା କରଯାଇଥିଲା ।

No Result
View All Result