No Result
View All Result
୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଦୟା ବ୍ରିଜ ଠାରୁ ଟିକରପଡା ଗ୍ରାମପଞ୍ଚାୟତର କଲ୍ୟାଣପୁର ଅଭିମୁଖେ ଏକ ବିରାଟ ଶୋଭାଯାତ୍ରାରେ ଭାରିଥିଲେ। ବାଟରେ ଯିବା ବେଳେ ନାଥପୁର, ନୂଆଗାଁ, ଇଟିପୁର, ଟିକରପାଡା ଗ୍ରାମପଞ୍ଚାୟତ ର ଜନସାଧାରଣ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

କଲ୍ୟାଣପୁର ପହଞ୍ଚିବା ବେଳେ ଘଣ୍ଟ, ଘୋଡ଼ା ନାଚ, ଲଉଡି ଖେଳ, ଶଙ୍ଖ ବାଜା ବଜାଇ ମନ୍ତ୍ରୀ ଶ୍ରୀ ପଣ୍ଡା ଙ୍କୁ ସ୍ଵାଗତ ଜଣାଇଥିଲେ। ପରେ ସୁସଜ୍ଜିତ ବଳଦ ଓ ଆଖିମୁଠୀ କୁ ବ୍ରାହ୍ମଣ ପୂଜାର୍ଚ୍ଚନା କରିବା ପରେ ଆଖିମୁଠୀ ଅନୁକୂଳ ହୋଇଥିଲା। କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ,

ସରପଞ୍ଚ ଅନିତା ସୁବୁଦ୍ଧି,କ୍ଷୀରୋଦ ପ୍ରଧାନ, ରଶ୍ମି ରଂଜନ ଶ୍ରୀଚନ୍ଦନ,ବିକ୍ରମ ସେଠୀ,ଚନ୍ଦନ ମଲ୍ଲିକ, ସମିତି ସଭ୍ୟ ପ୍ରକାଶ ସାହୁ, ସରସ୍ଵତୀ ସେଠୀ,ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ,ଗୋଲାପ ନାୟକ,କୁତାର୍ଥ ପ୍ରଧାନ,ଭଗବାନ ସାହୁ,ହରେକୃଷ୍ଣ ସାହୁ,ରଞ୍ଜିତ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ.

No Result
View All Result