୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ନିମାପଡ଼ାରେ ଭାରତୀୟ ଜନତା ପାର୍ଟି ର ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ା ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଶୋଭାଯାତ୍ରା ବାହାରିଥିବା ବେଳେ, ଏହି ସମୟରେ ଦେଖିବାକୁ ମିଳିଛି ସମ୍ବେଦନଶୀଳ ଘଟଣା ଖୋଦ୍ ବିଜୁଜନତା ଦଳର ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିମାପଡ଼ା କୁ ଆଗମନ । ଭାରତୀୟ ଜନତା ପାର୍ଟିର ୫୦/୮୦ ଜଣ କର୍ମକର୍ତ୍ତା ବିଜେପି ଛାଡି ବିଜେଡିରେ ବିଧାୟକ ପ୍ରାର୍ଥୀ ଦିଲ୍ଲିପ ନାୟକ ଙ୍କ ଉପସ୍ଥିତରେ ରାଜା ସ୍ଵାଇଁ ଙ୍କ ହାତରୁ ଦଳୀୟ ଉତ୍ତରୀୟ ପରିଧାନ କରି ସତ୍ବଷ୍ପୃତଭାବରେ ମିଶିଲେ ।
ଏବଂ ଆଗକୁ ନିମାପଡ଼ା ରେ ବିଜେଡ଼ି କିଭଳି ଭାବରେ ଜୟ ଲାଭ କରିବ ସେ ନେଇ ରାଜା ସ୍ଵାଇଁ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଯେଉଁ ମାନେ ପଛରେ ରହି ଛୁରୀ ଭୁଷି ବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ପ୍ରତି ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ନିଜର ଅଭିଳାଷ ରଖିଥିଲେ । ଏବଂ ନୂତନ ପ୍ରାର୍ଥୀ ଦିଲ୍ଲିପ ନାୟକ ଙ୍କୁ କିପରି ବିଜୟୀ କରି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ସରକାର କରିବେ ସେ ନେଇ ସମସ୍ତ କର୍ମୀ ମାନଙ୍କୁ ବୁଝାଇ ଥିଲେ ।