୦୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସତ୍ଯବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଭାବେ ଦେବୀପ୍ରସାଦ ଜେନା ନାମାଙ୍କନପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦାଖଲ ପୂର୍ବରୁ ତାଙ୍କ ଶୋଭାଯାତ୍ରା ସାକ୍ଷୀଗୋପାଳ ଶ୍ରୀ ଗୋପୀନାଥ ଦେବଙ୍କୁ ଦର୍ଶନ କରି ଆର୍ଶୀବାଦ ନେଇ ସାକ୍ଷୀଗୋପାଳ ଠାରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ ।ଶହ ଶହ ଯୁବକ ବାଇକ ଶୋଭାଯାତ୍ରାରେ ଆସି ଚନ୍ଦନପୁର ଦେଇ ମା ବାଟମଙ୍ଗଳାଙ୍କୁ ଦର୍ଶନ କରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ । ସତ୍ଯବାଦୀର ସ୍ବାଭିମାନ ରକ୍ଷା କରିବା ପାଇଁ ସତ୍ଯବାଦୀର ମାଟିର ମଣିଷ ଦେବୀପ୍ରସାଦ ଏ ଲଢେଇ ଜାରି ରହିବ ବୋଲି ଗଣମାଧ୍ୟମକୁ କହିଥିଲେ ।କଣାସର ବନ୍ଯାଜଳ ନିଷ୍କାସନ କୃଷି ଓ କୃଷକର ଉର୍ନ୍ନତି, ନଡିଆ ଶିଳ୍ପକୁ ସୁବ୍ୟବସ୍ଥିତ କରିବା ପାଇଁ ଚେଷ୍ଟା ଜାରି ରଖିବେ । ବିଭିନ୍ନ ଦୁର୍ନୀତି ଓ କଳେଙ୍କାରୀରେ ଜଡିତ ନେତାଙ୍କ ଅପେକ୍ଷା ସ୍ବାଧୀନ ପ୍ରାର୍ଥୀଙ୍କ ଅଧିକ ସମର୍ଥନ ମିଳିବ ବୋଲି ସେ ଆଶାବ୍ଯକ୍ତ କରିଥିଲେ ।