୦୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସତ୍ଯବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଭାବେ ଦେବୀପ୍ରସାଦ ଜେନା ନାମାଙ୍କନପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦାଖଲ ପୂର୍ବରୁ ତାଙ୍କ ଶୋଭାଯାତ୍ରା ସାକ୍ଷୀଗୋପାଳ ଶ୍ରୀ ଗୋପୀନାଥ ଦେବଙ୍କୁ ଦର୍ଶନ କରି ଆର୍ଶୀବାଦ ନେଇ ସାକ୍ଷୀଗୋପାଳ ଠାରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ ।
ଶହ ଶହ ଯୁବକ ବାଇକ ଶୋଭାଯାତ୍ରାରେ ଆସି ଚନ୍ଦନପୁର ଦେଇ ମା ବାଟମଙ୍ଗଳାଙ୍କୁ ଦର୍ଶନ କରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ । ସତ୍ଯବାଦୀର ସ୍ବାଭିମାନ ରକ୍ଷା କରିବା ପାଇଁ ସତ୍ଯବାଦୀର ମାଟିର ମଣିଷ ଦେବୀପ୍ରସାଦ ଏ ଲଢେଇ ଜାରି ରହିବ ବୋଲି ଗଣମାଧ୍ୟମକୁ କହିଥିଲେ ।
କଣାସର ବନ୍ଯାଜଳ ନିଷ୍କାସନ କୃଷି ଓ କୃଷକର ଉର୍ନ୍ନତି, ନଡିଆ ଶିଳ୍ପକୁ ସୁବ୍ୟବସ୍ଥିତ କରିବା ପାଇଁ ଚେଷ୍ଟା ଜାରି ରଖିବେ । ବିଭିନ୍ନ ଦୁର୍ନୀତି ଓ କଳେଙ୍କାରୀରେ ଜଡିତ ନେତାଙ୍କ ଅପେକ୍ଷା ସ୍ବାଧୀନ ପ୍ରାର୍ଥୀଙ୍କ ଅଧିକ ସମର୍ଥନ ମିଳିବ ବୋଲି ସେ ଆଶାବ୍ଯକ୍ତ କରିଥିଲେ ।














