No Result
View All Result
୦୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ବିଧାନସଭା ପାଇଁ ମହିଳା ସ୍ବାଧୀନ ପ୍ରାର୍ଥୀ ସ୍ମିତା ମହାନ୍ତି ଆଜି ଶେଷ ଦିନରେ ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳ ଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶହ ଶହ ମହିଳା ଏସସିଏସ କଲେଜ ସମ୍ମୁଖରୁ ଶୋଭାଯାତ୍ରାରେ ଯାଇ ଟାଉନହଲ ନିକଟରେ ଅଟକିଥିଲେ ।
ସେଠାରୁ ପ୍ରାର୍ଥୀନୀଙ୍କ ସହ ୩ଜଣ ବ୍ଯକ୍ତି ନାମାଙ୍କନପତ୍ର ଦାଖଲ ଗୃହକୁ ପ୍ରବେଶ କରିଥିଲେ । ତାଙ୍କ ସହିତ ପ୍ରସ୍ତାବକ ମାନିନୀ ସିଂହ, ସବିତା ଦଳେଇ ଓ ଆଇନଜୀବୀ ବିଜୟ ମିଶ୍ର ଉପସ୍ଥିତ ରହିଥିଲେ । ଏକମାତ୍ର ମହିଳା ପ୍ରାର୍ଥୀନୀ ହୋଇଥିବାରୁ ନିର୍ବାଚନ ମଣ୍ଡଳୀର ମହିଳା ମାନଙ୍କ ସମର୍ଥନ ରହିବ ବୋଲି ସ୍ମିତା ମହାନ୍ତି ଗଣମାଧ୍ୟମକୁ କହିଛନ୍ତି.
No Result
View All Result