No Result
View All Result
୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଡାନ୍ସ ଗ୍ରୁପ୍ ସୃଜନିକା ତରଫରୁ ରବିବାର ଦିନ ଭାପୁର ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କଳା,ସାହିତ୍ୟ, ଭାଷା ଓ ସଂସ୍କୃତିକୁ ଉଚ୍ଚ ସ୍ତରକୁ ନେଇ ରାଜ୍ୟରେ ଆମ ନୟାଗଡ ଜିଲ୍ଲାକୁ ଏକ ନମ୍ବର କରିବା ପାଇଁ ସୃଜନିକାର ଏକ ଅଦମ୍ୟ ପ୍ରୟାସ ରହିଥିଲା । ଏହି ଡ୍ୟାନ୍ସ କାର୍ଯ୍ୟକ୍ରମ ପୂର୍ବରୁ ଓଡ଼ଗାଁ ଏବଂ ରଣପୁର ବ୍ଲକରେ ଅନୁଷ୍ଠିତ ହୋଇଥିବାବେଳେ ଚଳିତ ମାସରେ ଭାପୁର ବ୍ଲକରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ, ଚଳିତ ମାସ ଆସନ୍ତା ୧୯ ତାରିଖ ରବିବାର ଦିନ ସୃଜନିକା ତରଫରୁ ଏକ ଡ୍ୟାନ୍ସ ପ୍ରତିଯୋଗିତା ଭାପୁର ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ।
ଉକ୍ତ କାର୍ଯ୍ୟକ୍ରମରେ , ୮ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ । ଅଂଶ ଗ୍ରହଣ ସମୟରେ ନିଜର ଆଧାର କାର୍ଡ ବା ବିଦ୍ୟାଳୟ ପ୍ରଦାନ କରିଥିବା ପରିଚୟ ପତ୍ର ସାଙ୍ଗରେ ଧରି ଆସିବେ । ଏହି ଏକକ ନୃତ୍ୟ ପରିବେଷଣ ପାଇଁ ସମୟସୀମା ୩ ମିନିଟ୍ ରଖା ଯାଇଥିବା ବେଳେ କୌଣସି ଅଶାଳୀନ ସଙ୍ଗୀତ ଓ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ । ୧୯ ତାରିଖ ଦିନ ସକାଳୁ ଆସି ନିଜର ନାମ ପଞ୍ଜିକରଣ କରିବା ସହିତ କଷ୍ଟିମ୍ୟୁ ନିଜେ ଆଣିବାକୁ ପଡ଼ିବ ବୋଲି ସୃଜନିକା ତରଫରୁ ପ୍ରକାଶ ।
ଏହି କାର୍ଯ୍ୟକ୍ରମରେ, ଭାପୁର ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦେଇଥିବା ବେଳେ ସୃଜନିକାର ସଚିବ ନିର୍ମଳ ଚନ୍ଦ୍ର ସୁରଦେଓ, ସଭାପତି ପ୍ରଧାନି ବୃନ୍ଦାବନ ମହାପାତ୍ର, ଟ୍ରଷ୍ଟି ଦେବେନ୍ଦ୍ର ପରମଗୁରୁ, ସମାଜସେବୀ ଦାମୋଦର ସାହୁ, ଶିକ୍ଷାବିତ୍ ଦୁର୍ବାସା ସାମଲ ଯୋଗଦେଇଥିଲେ । ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କାମରାଜ ବରାଡ ଉପସ୍ଥିତ ରହି ତାଙ୍କର ବକ୍ତବ୍ୟ ପ୍ରଦାନ କରିବା ସହ ସହଯୋଗ କରିଥିଲେ। ଉକ୍ତ କାର୍ଯକ୍ରମ ଦ୍ଵାରା ଗ୍ରାମାଞ୍ଚଳର ଶିଶୁ ମାନଙ୍କ ମଧ୍ୟରେ ଲୁକାୟିତ ଭାବେ ଥିବା କଳା, ଭାଷା, ସାହିତ୍ୟ ଓ ସଂସ୍କୃତି ର ବିକାଶ ହୋଇପାରିବ ସହ ରାଜ୍ୟ ସ୍ତରରେ ପହଞ୍ଚି ପାରିବ।
No Result
View All Result