No Result
View All Result
୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକ ଅଞ୍ଚଳରେ ଗ୍ରୀଷ୍ମ ଋତୁର ପ୍ରବାହ ରୌଦ୍ର ତାପ ଯୋଗୁଁ ବୋଲଗଡ ବ୍ଲକ ଅଞ୍ଚଳରେ ପାନୀୟ ଜଳର ସଙ୍କଟ ଦେଖାଦେଇଛି l ଫଳରେ ଲୋକମାନେ ପାନୀୟ ଜଳ ବିନା ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି l ବୋଲଗଡ ବ୍ଲକ ଅନ୍ତର୍ଗତ କଳାଙ୍ଗ ପଂଚାୟତରେ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା ଦ୍ଵାରା ଅବସ୍ଥାପିତ ପାଣିମଟର ପମ୍ପ ସେଟଟି ୮ ଦିନ ତଳେ ହୋଇଥିବା ବର୍ଷାରେ ବିଜୁଳି ଘଡଘଡି ରେ ମଟର ପୋଡ଼ିଯାଇଛି l ଯାହା ଫଳରେ ତେଣୁ କଳାଙ୍ଗ ପାଟଣା, ଝାନସି ପାଟଣା, କମଳଲୋଚନପୁର, ଦିୟାନି ପାଟଣାଗ୍ରାମ ଗୁଡିକରେ ଘରକୁ ଘର ପାଇପ ଯୋଗେ ଯୋଗାଇ ଦିଆଯାଯାଉଥିବା ପାନୀୟ ଜଳ ବନ୍ଦ ରହିଛି l
ଯାହା ଫଳରେ ଜନସାଧାରଣ ମାନେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି l କଳାଙ୍ଗ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ରଶ୍ମି ରଞ୍ଜନ ପ୍ରଧାନ ପାନୀୟ ସମସ୍ୟା ନେଇ ବୋଲଗଡ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକ ଓ ବ୍ଲକ ଚେୟାରମ୍ୟାନଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ଟ୍ୟାଙ୍କର ଯୋଗେ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦେଉଅଛନ୍ତି l ସ୍ଥାନୀୟ ସରପଞ୍ଚ ସରୋଜିନୀ ପରିଡାଙ୍କୁ ପଚାରିବାରୁ ସେ କହିଲେ ଆମେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ ସେ କହିଛନ୍ତି ଖୁବ ଶୀଘ୍ର ମଟର ସଜାଡି ଏହାର ସମାଧାନ କରାଯିବ l
ସରପଞ୍ଚ ଶ୍ରୀମତୀ ପରିଡା କହିଛନ୍ତି ପାଣିଟ୍ୟାଙ୍କର ଯୋଗେ ଲୋକମାନଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଛି l ଖରାଦିନେ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯଥେଷ୍ଟ ନୁହେଁ l ତେଣୁ ବ୍ଲକ ପ୍ରଶାସନ ଶୀଘ୍ର ଲୋକମାନଙ୍କୁ ପାନୀୟ ଜଳ ଯୋଗାଇଦେବାକୁ ଦୃଢ ଦାବୀ ହୋଇଛି l ଏ ସମ୍ପର୍କରେ ବୋଲଗଡ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ସାସ୍ୱତୀ ଜେନାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇଲେ ନାହିଁ ।
No Result
View All Result