No Result
View All Result
୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ମାରାତ୍ମକ ରୋଗ ଯକ୍ଷ୍ମାର ଚିକିତ୍ସା ନିର୍ମିତ ରଣପୁର ରାଜମାତା ତଥା ରାଜ୍ୟର ପୂର୍ବତନ ସାସ୍ଥ୍ୟମନ୍ତ୍ରୀ ବସନ୍ତମଂଜରୀ ଦେବୀଙ୍କ ଉଦ୍ୟମରେ ୧୯୫୮ ମସିହାରେ ଚାନ୍ଦପୁରଠାରେ ସ୍ଥାପିତ ହୋଇଥିଲା ବସନ୍ତଙ୍ଖଳରୀ ସାସ୍ଥ୍ୟ ନିବାସ । ସେତେବେଳେ ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ୨୨୦ଟି ଶଯ୍ୟାର ବ୍ୟବସ୍ଥା ଥିଲା । ପରିବର୍ତିତ ପରିସ୍ଥିତି ଓ ଯକ୍ଷ୍ମାରୋଗ ସେବା କ୍ଷେତ୍ରରେ ଅତ୍ୟାଧୁନିକ ଔଷଧ ବ୍ୟବସ୍ଥା ସାଧାରଣ ସାସ୍ଥ୍ୟକେନ୍ଦ୍ର ଗୁଡିକରେ ଉପଲବଧ ହେଇଥିବା ହେତୁ ଅଂଚଳବାସୀଙ୍କ ଦାବିକ୍ରମେ ରାଜ୍ୟ ସରକାର ଏହାକୁ ୨୦୧୪ ମସିହାରେ ସାଧାରଣ ଚିକିତ୍ସାଳୟରେ ପରିଣତ କରିଥିଲେ ।
ଥିପାଇଁ ବ୍ୟାପକ ଆର୍ଥିକ ଅନୁଦାନରେ କୋଠାବାଡି ଓ କର୍ମଚାରୀଙ୍କ କ୍ୱାର୍ଟର ଇତ୍ୟାଦି ନିର୍ମାଣ କରାଯାଇ ବେଶ ଆକର୍ଷଣୀୟ ହୋଇଥିଲେ ମଧ୍ୟ ୧୯୫୮ ମସିହାରୁ ଥିବା ୨୨୦ ଶଯ୍ୟା ଏଯାବତ୍ ବୃଦ୍ଧି କରାଯାଇନାହିଁ । ବିକିତ୍ସା ନିର୍ମିତ ସେତେବେଳେ ଯେତେ ସଂଖ୍ୟକ ଡାକ୍ତର ଥିଲେ ଦୀର୍ଘ ୬୬ ବର୍ଷ ପରେ ମଧ୍ୟ ସେଥିରେ କୌଣସି ପରିବର୍ତନ ଘଟି ନାହିଁ । ୧୬ ନଂ ଜାତୀୟ ରାଜପଥର ପାର୍ଶ୍ବରେ ଅବସ୍ଥିତ ଏହି ଚିକିତ୍ସାଳୟରେ ସେବା ନିର୍ମିତ ନୟାଗଡ, ଖୋର୍ଦ୍ଧା, ପୁରୀ ଓ ଗଂଜାମ ଜିଲା ଇତ୍ୟାଦିର ରୋଗୀମାନେ ଚିକିତ୍ସା ନିର୍ମିତ ଆସୁଥିବାର ଦେଖାଯାଏ ।
ରୋଗୀ ଚିକିତ୍ସା ନିର୍ମିତ ୫୦ ରୁ ୬୦ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିଲା ବେଳେ ଏବେ ଅଛନ୍ତି ମାତ୍ର ୯ ଜଣ ସେଥ୍ ମଧ୍ଯରୁ ପ୍ରସୂତୀ ବିଭାଗର ଜଣେ ଡାକ୍ତର ୬ ଦିନ ପାଇଁ ଅନ୍ୟ ଏକ ସ୍ଥାନରେ କାଯ୍ୟ କରୁଥିବା ସାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଜା, ତ୍ରିଲୋଚନ ବାରିକଙ୍କଠାରୁ ସୂଚନା ମିଳିଛି । ଏହି ଚିକିତ୍ସାଳୟରେ ପ୍ରତିଦିନ ବାହ୍ୟ ଚିକିତ୍ସା ନିର୍ମିତ ୨୫୦ ରୁ ୩୦୦ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ୫୦ ରୁ ୮୦ ମଧ୍ୟରେ ଅନ୍ତଃ ବିଭାଗରେ ରହି ଚିକିତ୍ସିତ ହେଉଛନ୍ତି । ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଏଠାରେ ଅବସ୍ଥାପିତ ଡାକ୍ତର ଓ କର୍ମଚାରୀମାନେ କେତେବେଳେ ଆସନ୍ତି ଯାଆନ୍ତି ତାହା ଜାଣି ହୁଏନାହିଁ । ଏଥିପାଇଁ ରୋଗୀ ଓ ସେମାନଙ୍କ ସହଯୋଗୀମାନଙ୍କ ତରଫରୁ ଅଭିଯୋଗ ହୋଇଆସୁଅଛି ।
No Result
View All Result