No Result
View All Result
୩୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ମହକୁମା ଓ ଧଣ୍ଡାମୁଣ୍ଡା ଗାଁ ରେ ପୋଲିସ ଓ ସିଆପିଏଫ ତରଫରୁ ମିଳିତ ଫ୍ଲାଗ ମାର୍ଚ୍ଚ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଆଗାମୀ ମାଇ ୨୦ ରେ ଲୋକସଭା ଓ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ହେବା । ଏହାକୁ ଦୃଷ୍ଟି ରେ ରଖି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ନିର୍ବାଚନ ଅବାଧ ଓ ନିରପେକ୍ଷ କହିବାକୁ ପୋଲିସ ର ଉଦ୍ୟମ । ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୁଝାରୀ ଙ୍କ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର,
ଖପ୍ରାଖୋଲ ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଲଖବିନ୍ଦର୍ ସିଂହ, ଇନ୍ସପେକ୍ଟର ମେହେବୁବ ରେହେମାନ, ଥାନା ଏସ ଆଇ ଲିଙ୍ଗରାଜ କିସାନ, ଏ ଏସ ଆଇ ନାରାୟଣ ସାହୁ, ନବୀନ ଭୋଇ, ଗୋପାଳ କୃଷ୍ଣ କୁମୁରା ସମେତ ପୋଲିସ ଅଧିକାରୀ, ସିଆରପିଏଫ୍ ଯବାନ ଓ ଏସଓଜି ଯବାନ ସାମିଲ ହୋଇଥିଲେ । ନିର୍ବାଚନ କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ଓ ଜନ ସାଧାରଣ ଙ୍କ ସୁରକ୍ଷ ଦେବା ପାଇଁ ପୋଲିସ ସବୁ ସମୟରେ ସଜାଗ ରହି କାର୍ଯ୍ୟ କରି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ଲକ୍ଷରେ ଫ୍ଲାଗମାର୍ଚ୍ଚ କରାଯାଇଥିବା ପୋଲିସ ସୂଚନା ଦେଇଛି ।
No Result
View All Result