No Result
View All Result
୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ରେଲୱେ ଷ୍ଟେସନରେ ଏକ ନିର୍ମାଣାଧୀନ କୋଠାର ସମ୍ମୁଖ ଭାଗ କୋର୍ଟିକ ଭୁଷୁଡି ପଡିବାରୁ ୪ଜଣ ଶ୍ରମିକ ଆହତ ହୋଇଛନ୍ତି । ଏହି କୋର୍ଟିକରେ ୬ଜଣ ଶ୍ରମିକ କାମ କରୁଥିଲେ । ଆହତ ଶ୍ରମିକ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ନିଆଯାଇ ଚିକିତ୍ସା ଆରମ୍ଭ ହୋଇଛି । ଆହତ ଶ୍ରମିକ ମାନଙ୍କର ମୁଣ୍ଡ, ହାତ ଗୋଡ ଓ ପିଠିରେ ଆଘାତ ହୋଇଛି ।
ଘଟଣା ସମ୍ପର୍କରେ ରେଲବାଇ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି । କେଉଁ କାରଣ ଯୋଗୁ କୋର୍ଟିକ ଖସିଲା, ସିମେଣ୍ଟ, ଗୋଡି ଓ ବାଲି ଭାଗ କେତେ ପରିମାଣର ଦିଆଯାଇଥିଲା ଏବଂ ମିଶ୍ରଣ ଠିକ ହୋଇଥିଲା କି ନାହିଁ , ଲୋକାଲ ରଡ କି ଟାଟା ରଡ ବ୍ଯବହାର ହୋଇଥିଲା ସେ ସଂପର୍କରେ ସ୍ଥାନୀୟ ଲୋକ ଆଲୋଚନା କରୂଛନ୍ତି ।
ଆହତ ଶ୍ରମିକ ମାନେ ସୁକୁମାର ବେରାଙ୍କ ଘରେ ଭଡା ରହୁଥିଲେ ଆହତ ମାନେ ହେଲେ ବିଶୁ ମଣ୍ଡଳ ୩୩ ବର୍ଷ, ଶଙ୍କର ବେରା ୩୫ ବର୍ଷ, ଶମ୍ଭୁ ବେରା ୩୦ ବର୍ଷ ଓ କୁନୁ ଗୌଡ ୩୨ ବର୍ଷ ବୋଲି ଜଣାପଡିଛି । ଘଟଣା ସଂପର୍କରେ ରେଲବାଇ ବିଭାଗ ପୋଲିସ ଅନୁସନ୍ଧାନ ଜାରି ରଖିଛି ।
No Result
View All Result