No Result
View All Result
୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୁଆଗଡ :-> ଗଜପତି ଜିଲ୍ଲା ନୁଆଗଡ ବ୍ଳକରେ ୬୫ ପ୍ରତିଶତ ଭିନ୍ନକ୍ଷମଙ୍କୁ ମିଳୁନି କାହିଁକି ସରକାରୀ ସୁବିଧା ସୋଜଗ । ୬୫ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ରକୁ ନେଇ ଗତ ଦୁଇ ବର୍ଷ ଧରି ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ବାରମ୍ବାର ଗୁହାରୀ କରିଥିଲେ ସୁଦ୍ଧା ଅନ୍ତନଃ ଭିନ୍ନକ୍ଷମ ଭତ୍ତା ଆଜିସୁଧା ମିଳିପାରିନାହିଁ । ବତ୍ତମାନ ଏହି ଭିନ୍ନକ୍ଷମ ଆର୍ଥିକ ଅନାଟନ ମଧ୍ୟରେ ଦୁଃଖଦ ଜୀବନ ବିତାଇ ଆସୁଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ନୁଆଗଡ ବ୍ଳକର ତିତିସିଂ ପଞ୍ଚାୟତ ଅଞ୍ଚଳବାସୀ ଆମ ପ୍ରତିନିଧି କହିଛନ୍ତି ଯେ ପାଠପଢା ବୟସରେ ମାନସିକ ଏବଂ ଶାରୀରିକ ଭିନ୍ନକ୍ଷମ ଅବସ୍ଥାରେ ଶଯ୍ୟାରେ ସଂଘର୍ଷ କରୁଶନ୍ତି କିଶୋରୀ ବାଳିକା । ୬୫ ପ୍ରତିଶତ ଭିନ୍ନକ୍ଷମ ଥାଇ ଆଜିସୁଧା ମଧୁସୁଦନ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲ୍ଲା ନୁଆଗଡ ବ୍ଳକ ତିତିସିଂ ପଞ୍ଚାୟତର ଆଦିବାସୀ ଅଧ୍ୟଷିତ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଜାଙ୍ଗଲ ପିକିଷ୍ମନୀ ରଇତ(14) ପାଠପଢା ବୟସରେ ମାନସିକ ଏବଂ ଶରୀରିକ ଅବସ୍ଥାରେ ଶଯ୍ୟାରେ ସଂଘର୍ଷ କରୁଛନ୍ତି ।
ନିଜେ ଶେଯରୁ ଉଠି ପାରୁନାହାନ୍ତି । ଏଥିପାଇଁ ଅନ୍ୟ ଉପ ପରେ ନିର୍ଭର କରିବାକୁ ପଡୁଛି । ଘରର ଏକ କୋଣ ବିଛଣା ଉପରେ ପଢି ରହି ଜୀବନକୁ ବିତାଉଛନ୍ତି ଓ ବାପା ମା ଝିଅର ସମସ୍ତ ସେବା କରି ଆସୁଛନ୍ତି । ଆଦିବାସୀ ଗରବ ପରିବାରର ବାପା ମା ମଜୁରୀ କରିବାକୁ ଗଲେ ଝିଅ କୁ ଘର ଭିତରେ ରଖି କବାଟକୁ ବନ୍ଦ କରି ଯିବାକୁ ପଡୁଛି । ଜନ୍ମ ପରେ ପିତାମାତା ଝିଅଙ୍କୁ ନେଇ କେତେ ଦେଖିଥିଲେ । ଝିଅ ଗାଁରେ ସମସ୍ତଙ୍କ ସହିତ ଖେଳକୁଦ କରୁଥିଲା ଓ ପାଠ ପଢିବା ବୟସ ତଥା ୫ ବର୍ଷ ହେବା ବେଳେ ଶରୀରରେ ମାଡି ବସିଥିଲା ଅଜଣା ରୋଗ । ପିତା ମାତା ଝିଅଙ୍କୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ । କିନ୍ତୁ ଝିଅର ଅବସ୍ଥାରେ କୌଣସି ସୁଧାର ଆସି ନଥିଲା ଓ ପିକିଲୁନୀ ୧୨ ବର୍ଷ ବୟସ । ହୋଇଥିବା ବେଳେ ୬୫ ପ୍ରତିଶତ ମାନସିକ ଏବଂ ଭିନ୍ନକ୍ଷମ ପ୍ରମାଣ ମାନପତ୍ର ପାଇଛନ୍ତି ।
ଝିଅର ସ୍ବାସ୍ଥ୍ୟ ପାଇଁ ଅର୍ଥ ବିନିଯୋଗ କରିଦେଇଥିବାରୁ ନିଜର ଘର ଟିଏ କରି ପାରିନାହାନ୍ତି ବାପା । ଭାଇଙ୍କ ଘରେ ଆଶ୍ରା ନେଉଥିବା କହିଛନ୍ତି ଝିଅ ବାପା ପ୍ରତାପ ରଇତ । ଝିଅକୁ ଭିନ୍ନକ୍ଷମ ଭତ୍ତା ପାଇଁ ୨ ବର୍ଷ ହବ ପଞ୍ଚାୟତ ଠାରୁ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଜନ ଶୁଣାଣିରେ ଅଭିଯୋଗ କରି ଆସୁଆସୁଛି । କିନ୍ତୁ ଆଜିସୁଧା କୌଣସି ପ୍ରକାର ସରକାରୀ ସହାୟତା କିମ୍ବା ଭତ୍ତା ମିଳିପାରିନାହିଁ । ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା କଣ ତିତିସିଂ ପଞ୍ଚାୟତର ଜାଙ୍ଗଲ ଗ୍ରାମର କିପିଷ୍ମନୀ ରଇତ ନାହିଁ କି? ସରକାରଙ୍କ ଭିନ୍ନକ୍ଷମ ମାଳ ମାଳ ଯୋଜନା ଗୁଡିକ କାହା ପାଇଁ । ଏହି ବିଷୟ ନେଇ ନୁଆଗଡ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯୋଗାଯୋଗ କରିବାରୁ ତାଙ୍କସହ ଯୋଗାଯୋଗ ହୋଇପାରି ନଥିଲା । ସେ ନିଜ ବ୍ଲକରେ ନରହି ବିଭିନ୍ନ କାମ ଆଳା ଦେଖାଇ ଅଧିକାଂଶ ସମୟ ପାରଳାଖେମଣ୍ଡି ରହୁଛନ୍ତି । ବ୍ଳକ ପ୍ରଶାସନ ଅଧିକାରୀ ସବୁ ଯାଣି ମଧ୍ୟ ସାମାଜିକ ଅଧିକାରୀ କାର୍ଯ୍ୟନୁଷ୍ଠା ଗ୍ରହଣ ନକରୁଥିବା ବିଭିନ୍ନ ମହଲ ବିଭିନ୍ନ ପ୍ରଶ୍ନ ହେଉଛି ।
No Result
View All Result