୨୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର। ସକାଳେ ୱାର୍ଡ ନଂ ୨୪ ଓ ୪୯ ର ଏଚ ଆଇ ଜି ପାର୍କ ଓ ପ୍ରଜ୍ଞା ବିହାର ପାର୍କ ରେ ପ୍ରାତଃ ଭ୍ରମଣ କରିବାକୁ ଆସୁଥିବା ଅନ୍ତେବାସୀ ମାନଙ୍କୁ ଶ୍ରୀ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ସାକ୍ଷାତ କରି ଭୋଟ ଭିକ୍ଷା କରିଥିଲେ।
ଅପରାହ୍ନରେ ୱାର୍ଡ ନଂ ୬୧ ରେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କ ସାଧାରଣ ସଭାକୁ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଅନ୍ୟତ୍ର କାର୍ଯ୍ୟକ୍ରମ ଥିବାହେତୁ ମହିଳା ମାମାନଙ୍କୁ ବିଡିଓ ବାର୍ତ୍ତା ଦ୍ଵାରା ସମ୍ବୋଧିତ କରିଥିଲେ। ପରେ ତିକରପଡ଼ା ଓ ଲିଙ୍ଗିପୂର୍ ଗ୍ରାମପଞ୍ଚାୟତ ର ଦୁଇଟି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।