No Result
View All Result
୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଗତ ମଙ୍ଗଳବାର ଦିନ ଅପରାହ୍ନ ରେ ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଏବଂ ଶଗଡ଼ଭଙ୍ଗା ପଞ୍ଚାୟତରେ କାଳବୈଶାଖୀ ଯୋଗୁଁ ଲୋକମାନଙ୍କର ଘର ଭାଙ୍ଗି ଯାଇଥିବା ବେଳେ ବହୁ ଗଛ ଉପୁଡି ପଡିଛି । କାଳବୈଶାଖୀ ଯୋଗୁଁ ଜୋରରେ ପବନ ବହିବା ସହିତ ବଜ୍ରପାତ ହୋଇଥିଲା । ସାମାନ୍ୟ ବର୍ଷା ମଧ୍ୟ ହୋଇଥିବାର ଜଣାପଡିଛି ।
ପ୍ରକାଶ ଥାଉକି ବେଲପଡା ମୌଜା ର ଚାରୂଲତା ମଙ୍ଗରାଜ ,ଅଶୋକ ପାତ୍ର ,ଚିନ୍ତାମଣି ସାମନ୍ତସିଂହ ,ପ୍ରଭାତୀ ମାଝୀ ,ଅପର୍ତ୍ତି ସ୍ୱାଇଁ ,ସିକୋ ମୌଜାର ପବିତ୍ର ରାୟ ଏବଂ ଶଗଡ଼ଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଲାଖପଡା ମୌଜାର ମହନ୍ତ ବେହେରାଙ୍କର ଘର ଆଜବେଷ୍ଟସ ଉଡି ଭାଙ୍ଗିଯାଇଥିବା ବେଳେ ବହୁ ଗଛ ମଧ୍ୟ ଉପୁଡି ପଡିଛି ।
ଲୋକମାନଙ୍କର ଘର ଭାଙ୍ଗି ଯିବାରୁ ସେମାନେ ଆଶ୍ରୟ ନେବାରେ ଅସୁବିଧା ଦେଖା ଦେଇଛି । କ୍ଷତିଗ୍ରସ୍ତ ଲୋକମାନେ ସିକୋ ଆର ଆଇ ଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ତୁରନ୍ତ ଆର ଆଇ ଏହାର ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବା ପାଇଁ କ୍ଷତିଗ୍ରସ୍ତ ଲୋକ ମାନେ ଦାବି କରିଛନ୍ତି ।
No Result
View All Result