No Result
View All Result
୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ସିଏମସି ୫୮ ନମ୍ବର ୱାର୍ଡ ତେଲଙ୍ଗାପେଣ୍ଠନିକଟସ୍ଥ ନୂଆଗଡ଼ ଗ୍ରାମର ପରମ ବୈଷ୍ଣବୀ ମା, ହାଡ଼ବାଇଙ୍କ ପାରମ୍ପରିକ ଯାତ୍ରା ଉତ୍ସବ ବୁଧବାର ରାତିରେ ଆରମ୍ଭ ହୋଇଛି । ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀଙ୍କ ସଭାପତି ତ୍ୱରେ ଆୟୋଜିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇ ଯାତ୍ରା ମହୋତ୍ସବକୁ ଉଦଘାଟନ କରିଥିଲେ ।
ଉକ୍ତ ସଭାରେ ପୂର୍ବତନ ସରପଞ୍ଚ ତଥା ଗ୍ରାମ୍ୟ କମିଟିର ପରାମର୍ଶ ଦାତା ପିତବାସ ମହାପାତ୍ର, ଯାତ୍ରା ପରିଚାଳନା କମିଟିର ଚେୟାରମ୍ୟାନ ଶିଶିର କୁମାର ରାଉତରାୟ , ଶିବରାମ ସାହୁ, କେଦାର ନାଥ ସିଂ , କାର୍ଯ୍ୟକାରୀ ସଭାତି ତ୍ରୈଲୋକ ପ୍ରଧାନ, ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, , ପୂର୍ବତନ କର୍ପୋରେଟର କୌଶିକ୍ ଜେନା, କଟକ ସଦର ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର,
ଡ଼ମ୍ବୁରଧର ସାମନ୍ତରାୟ, ସଦାଶିବ ମହାନ୍ତି, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ଗ୍ରାମ୍ୟ ଉନୟନ କମିଟି ପକ୍ଷରୁ ଅତିଥି, ସାମ୍ବାଦିକ ଏବଂ ଗତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମର ରଖିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ,
ମୁଖ୍ୟ ଅତିଥି ବିଧାୟକ ଚନ୍ଦ୍ର ସାରଥୀ ବେହେରା ଅର୍ଥ ରାସି ସହିତ ମାନପତ୍ର ପ୍ରଦାନ କରିଥିଲେ । ଗ୍ରାମ୍ୟ କମିଟିର ସଂପାଦକ ସନ୍ତୋଷକୁମାର ସାମନ୍ତରାୟ ଶେଷରେ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟରେ ଗ୍ରାମର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ପ୍ରଥମ ଦିନ ରାତିରେ ଦୂର୍ଗା ମନ୍ଦିର ଅପେରା ପାର୍ଟି ନାଟକ ପରିବେଷଣ କରିଥିଲା । ଏହାକୁ ଦେଖିବା ପାଇଁ ଲୋକଙ୍କ ସମାଗମ ହୋଇଥିଲା ।
No Result
View All Result