No Result
View All Result
୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଧରିତ୍ରୀ ମାତା ଙ୍କ ସୁରକ୍ଷା ନିମନ୍ତେ ଜନ ସଚେତନତା ସୃଷ୍ଟି ପାଇଁସାରା ବିଶ୍ୱରେ ପବିତ୍ର ଧରିତ୍ରୀ ଦିବସ ପାଳିତ ହୋଇଯାଇଅଛି । ଏହି ଅବସର ରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅରୋମିରା ଟ୍ରଷ୍ଟ , କୁରାଳ ତରଫରୁ ଟ୍ରଷ୍ଟ ପରିଚାଳକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ଙ୍କ ମାର୍ଗ ଦର୍ଶନ ରେ ଶାଳ ବଣ ସୁରକ୍ଷା ସମିତି ଏବଂ ପଞ୍ଚୁ ପାଣ୍ଡବ ସୁରକ୍ଷା ମଞ୍ଚ ସହାୟତାରେ ଓଡଗାଁ ବନାଞ୍ଚଳ ଅଧିନସ୍ଥ ବାହାଡାଝୋଲ୍ଲା ରିଜର୍ଭ ଶାଳ ବଣ କୁ ଘେରି ରହିଥିବା
ଗ୍ରାମ ସମୂହ ଏବଂ ଓଡଗାଁ ବନାଞ୍ଚଳ ଓ ବୁଗୁଡ଼ା ବନାଞ୍ଚଳ୍ ଅଧିନସ୍ଥ ପଞ୍ଚୁ ପାଣ୍ଡବ ପାହାଡ କୁ ଘେରି ରହିଥିବା ନୟାଗଡ଼ ତଥା ଗଞ୍ଜାମ ଜିଲ୍ଲା ର ୧୫ ଟି ଗ୍ରାମ ରେ ଧରିତ୍ରୀ ମାତାଙ୍କ ବିଧିବଦ୍ଧ ପୂଜନ କାର୍ଯ୍ୟ ସହିତ ଜଙ୍ଗଲ ଓ ପାହାଡ କୁ ନିଆଁ ଦାଉରୁ ରକ୍ଷା କରିବା,ପାନୀୟ ଜଳ ସଂରକ୍ଷଣ,ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ତଥା ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ମାନ କରାଯାଇଥିଲା।ସ୍ଥାନୀୟ ଜନସାଧାରଣ ତଥା ପରିବେଶ ପ୍ରେମୀଙ୍କ ସ୍ଵତଃସ୍ଫୁର୍ତ୍ତ ଅଂଶଗ୍ରହଣ ପ୍ରେରଣାଦାୟୀ ଥିଲା ।
ଧରିତ୍ରୀ ମାତା ଙ୍କ ଜୟଗାନ ସହ ଜଙ୍ଗଲ ସୁରକ୍ଷା,ଆମର ଦୀକ୍ଷା,ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ,ସୁରକ୍ଷିତ ହେବ ଆମ ଜୀବନ,ଆସ ଆମେ ପ୍ରକୃତି ର ବନ୍ଧୁ ହେବା ଇତ୍ୟାଦି ସ୍ଲୋଗାନ ଗ୍ରାମ ମାନଙ୍କ ରେ ଭାବାବେଗ ସୃଷ୍ଟି କରିଥିଲା। ପରିବେଶ ସାଥୀ, ବାଗ୍ଦେବୀ ବିକାଶ ମଞ୍ଚ,ସାଧୁ ସନ୍ଥ ବିକାଶ ମଞ୍ଚ ପ୍ରଭୃତି ଅନୁଷ୍ଠାନ ମାନଙ୍କ ସହ ସମ୍ଭବ, ରୋହିବାଙ୍କ ଙ୍କ ପ୍ରେରଣା ଓ ସହଯୋଗ ଯୋଗୁଁ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା।
No Result
View All Result