୨୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପଥଚାରୀଙ୍କ ତୃଷାନିବାରଣ ପାଇଁ ଦହିପଣା ଓ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ସଡକ ସୁରକ୍ଷା ସଚେତନତା ଖୋର୍ଦ୍ଧା-ବାଘମାରି ୫୭ ନମ୍ବର ଜାତୀୟ ରାଜପଥସ୍ଥିତ ବାମଡିହ ଛକ ଠାରେ ରାଷ୍ଟ୍ର ଶକ୍ତି ମିଶନ ଓ ବେଗୁନିଆ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ମିଳିତ ସହଯୋଗରେ ମଧ୍ୟାହ୍ନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଏଥିରେ ବାଘମାରି ଥାନା ଅଧିକାରୀ ଶମ୍ଭୁନାଥ ନାୟକ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ସିଟ ବେଲଟ ଓ ହେଲମେଟ ପିନ୍ଧିଥିବା ବ୍ୟକ୍ତି ମାନଙ୍କୁ ଗୋଲାପ ଫୁଲ ଉପହାର ଦେଇଥିଲେ । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସମ୍ପାଦକ ରବୀନ୍ଦ୍ର ନାଥ ସାହୁ, ଶିକ୍ଷକ ସୁରେଶ ଚନ୍ଦ୍ର ସେଠୀ,ମାନସ କୁମାର ବେହେରା, ମନ୍ମଥ ପ୍ରକାଶ ବାହୁବଳେନ୍ଦ୍ର,
ଶିକ୍ଷାବିତ ପତିତପାବନ ବଳବନ୍ତରାୟ, କୃଷକ ନେତା କାହ୍ନୁ ଚରଣ ବେହେରା,ସମିତି ସଭ୍ୟ ରଞ୍ଜନ କୁମାର ପଣ୍ଡା, ସମାଜସେବୀ ଯୋଗେଶ ଚନ୍ଦ୍ର ପଣ୍ଡା,ଦିଲ୍ଲୀପ କୁମାର ସାହୁ, ଅଶୋକ କୁମାର ପୃଷ୍ଟି, ପ୍ରସନ୍ନ କୁମାର କହଲସିଂହ ଓ ଗାଡି ଚାଳକ ମନୁ ଭାଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।