No Result
View All Result
୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗଣତନ୍ତ୍ର ର ମହାପର୍ବ ନିର୍ବାଚନ।ଜଣେ ଭୋଟର ନିଜର ମତଦାନ କରିବା ଦ୍ଵାରା କେବଳ ତାଙ୍କ ସାମ୍ବିଧାନିକ ଅଧିକାର କୁ ସାବ୍ୟସ୍ତ କରନ୍ତି ନାହିଁ ବରଂ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା କୁ ସୁଦୃଢ କରିଥାନ୍ତି ବୋଲି କହିଛନ୍ତି ଉପଜିଲ୍ଲାପାଳ ଗୋପୀନାଥ କୁଅଁର।ଆଜି ପୁରୀ ନରେନ୍ଦ୍ରକୋଣ ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ସୁଇପ ବା ସିଷ୍ଟମେଟିକ ଭୋଟରସ୍ ଏଡୁକେସନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ ପ୍ରୋଗ୍ରାମ ଭାବରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଯୋଗ ଦେଇ ଉପଜିଲ୍ଲାପାଳ ତଥା ସୁଇପ ର ନୋଡାଲ ଅଫିସର ଶ୍ରୀ କୁଅଁର ପ୍ରତିଟି ଭୋଟ ମୂଲ୍ୟବାନ।ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ସର୍ବୋପରି ନୂତନ ଭୋଟର ମାନେ ନିଶ୍ଚିତ ମତଦାନ ପାଇଁ ସଂକଲ୍ପ ନେଇ ପ୍ରଥମ ମତଦାନ କୁ ସ୍ମରଣୀୟ କରିବାକୁ ସେ ଅନୁରୋଧ କରିଥିଲେ। ପୁରୀ ତହସିଲଦାର ଅଭିଷେକ ଦାସ, ସହକାରୀ ଜିଲ୍ଲାପାଳ ସ୍ମରଣିକା ଦାସ ପ୍ରମୁଖ ଯୋଗ ଦେଇ ମତଦାତା ର ଅଧିକାର ଓ ମତଦାନ ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ସମସ୍ତେ ନିଶ୍ଚିତ ମତଦାନ କରିବାକୁ ଅନୁରୋଧ କରିଥିଲେ।

ଅଧ୍ୟକ୍ଷ ଡଃ ବିଶ୍ୱନାଥ ବଳିଆରସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଲକ୍ଷ୍ମୀଧର ଦାସ,ଜୀତେନ୍ଦ୍ର ପୃଷ୍ଟି, ମୋନାଲିସା ମିଶ୍ର ପ୍ରମୁଖ ଯୋଗ ଦେଇ ମତଦାନ ର ଆବଶ୍ୟକତା ଓ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ।ପରେ ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପରେ ରଙ୍ଗୋଲି ମାଧ୍ୟମରେ ଛାତ୍ରୀ ମାନେ ଭୋଟର ସଚେତନତାର ବାର୍ତ୍ତା ଦେଇ ଥିଲେ।ଆଗାମୀ ନିର୍ବାଚନ ରେ ନିଜେ ମତଦାନ କରିବା ସହ ପିତା ମାତା, ବନ୍ଧୁ ପରିଜନ ଙ୍କୁ ନିଶ୍ଚିତ ମତଦାନ ପାଇଁ ପ୍ରୋତ୍ସାହିତ କରିବୁ ବୋଲି ଛାତ୍ରୀ ମାନେ କହିଥିଲେ।


No Result
View All Result