No Result
View All Result
୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ସାଦରମହକୁମାସ୍ଥିତ ଶେତପଦ୍ମା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଆଦର୍ଶ କ୍ଲବ ପରିସରରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୀତିକାର ଲକ୍ଷ୍ମୀଧର ମହାରଣା ପୌରୋହିତ୍ୟ କରିଥିଲେ । ସମ୍ପାଦିକା ପ୍ରତିମା ପ୍ରଧାନ ” ସ୍ବାଗତଂ ଓଡ଼ିଆ ନବବର୍ଷ ” ଶୀର୍ଷକ ଆବାହନୀ ସଙ୍ଗୀତ ଗାନ କରିଥିଲେ । ଗାୟକ ପ୍ରଦୀପ କିଶୋର ତ୍ରିପାଠୀ ମଙ୍ଗଳା ଚରଣ ପାଠ କରିଥିଲେ ।
ଏଥିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ,ସୁଶ୍ରୀ ସଂଘମିତ୍ରା ରଥ , ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ଶିକ୍ଷାବିତ ଶରତ କୁମାର ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଓଡ଼ିଆ ଅସ୍ମିତାର ପ୍ରତୀକ ଓଡ଼ିଆ ନବବର୍ଷ ସମସ୍ତଙ୍କ ମନରେ ଭାଇଚାରା, ସୌହାର୍ଦ୍ଦ୍ୟ ଓ ସଂପ୍ରୀତି ମନୋଭାବ ଭରିଦେବା ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କବିତା ପାଠରେ ପ୍ରଧାନଶିକ୍ଷକ ଦିବାକର ସାହୁ, ଶିକ୍ଷକ ବିଜୟ କୁମାର ପ୍ରଧାନ, ସମାଜସେବୀ ପ୍ରଶାନ୍ତ ବାରିକ, ଅଶ୍ବିନୀ ପଟ୍ଟନାୟକବ, ଶରତ କୁମାର ଚମ୍ପତ୍ତି ଓ ଶ୍ରୀବତ୍ସ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସମସ୍ତଙ୍କୁ ପଣା ବଣ୍ଟା ଯିବା ପରେ ସଭ୍ୟା ବାସନ୍ତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result