No Result
View All Result
୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ସପ୍ତମୀ ତିଥିରେ ମା’ କାଳରାତ୍ରି ବା କାଳୀ ବେଶରେ ଦର୍ଶନ ଦେଇଥିଲେl ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା’ ଙ୍କୁ ମହାସ୍ନାନ କରାଯାଇ କାଳରାତ୍ରି ବେଶରେ ସଜ୍ଜିତ କରାଯାଇଥିଲା l ଗୁପ୍ତ ପୂଜା ପରେ ଆଳତି ସହିତ ଦ୍ୱାର ଖୋଲାଯାଇ ମା’ ଦର୍ଶନ ଦେଇଥିଲେl ମା’ ଆଜି ତ୍ରିନୟନା ଚତୁର୍ଭୁଜା ମୁଣ୍ଡମାଳା ବିଭୂଷିତା, ବ୍ୟାଘ୍ର ଛାଲ ପରିହିତା ଗଧର୍ବୀ ବାହାନେ ଗତା ଉପର ବାମ ହସ୍ତ ଖଡ୍ଗ ତଳ ହସ୍ତେ ବର୍ଚ୍ଚା, ଡାହାଣ ଉପର ହସ୍ତେ ବରଦ ଓ ତଳ ହସ୍ତେ ଅଭୟ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଥିଲେl
ଷୋଡଶ ଉପଚାର ପୂଜା ମହା ସପ୍ତସତି ସମ୍ପୂର୍ଣ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲାl ଆସନ୍ତା କାଲି ମା’ ମହାଗୌରୀ ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଥିଲେ l ଆଜିର କାର୍ଯ୍ୟକ୍ରମକୁ ସଭାପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ, ଭାଗିରଥି ପ୍ରଧାନ, ପୂର୍ଣଚନ୍ଦ୍ର ସାହାଣୀ, ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର, ଚନ୍ଦ୍ରଶେଖର ପଣ୍ଡା,ମୀରା ଦଳାଇ,ରାନୁ ମଙ୍ଗରାଜ, ପ୍ରମିଳା ସାହାଣୀ, ଶଶାଙ୍କ ରାୟ, ଅନନ୍ତ ବେହେରା, ନାଗଭୂଷଣ ରାୟ ପ୍ରମୁଖ ପରିଚାଳନା କରିଥିଲେ ବୋଲି କମିଟି ସମ୍ପାଦକ ଏଲ ଡ଼ି ମହାନ୍ତି ସୂଚନା ଦେଇଛନ୍ତି।
No Result
View All Result