No Result
View All Result

୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ପଞ୍ଚାୟତ ରାବା ଶାଖା ମଣ୍ଡଳୀ କୁଇ କମୁନିଟି ବାପ୍ତିଷ୍ଟ ମାନଙ୍କ ୩୯ତମ ମହିଳା ସମିତି ଶାଖା ସଭା ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ରେ ଅଞ୍ଚଳ ର ହଜାର ହଜାର କୁଇ ମହିଳା ଓ ପୁରୁଷ ସଦସ୍ୟ ଉପସ୍ଥିତ ରହି ନିଜ ନିଜ ପ୍ରଥାର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ । ଏହି ବିରାଟ ସମ୍ମିଳନୀରେ ସେମାନଙ୍କ ସଦସ୍ୟ ତଥା ମୋହନା ବିଧାୟକ ଏବଂ ବର୍ତ୍ତମାନର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ମଧ୍ୟ ଉପସ୍ଥିତ ରହିଥିଲେ।

ବିଧାୟକ ପ୍ରାର୍ଥୀ ଦାଶରଥି ନିଜ ସପକ୍ଷରେ ପ୍ରଚାର କରିବା ସହ କଂଗ୍ରେସ ସରକାର ଚଳିତ ନିର୍ବାଚନରେ ସରକାର ଗଠନ କରିବା ନିଶ୍ଚିତ ବୋଲି କହିବା ସହ କଂଗ୍ରେସ ସରକାର କୁ ଆସିଲେ କଣ କଣ ଓଡ଼ିଶା ଲୋକଙ୍କ ପାଇଁ କାର୍ଯ୍ୟ କରିବ ତାହାର ପ୍ରତିଶ୍ରୁତି ପତ୍ର ବଣ୍ଟନ କରିଥିଲେ। ପ୍ରତିଶ୍ରୁତି ପତ୍ର ବଣ୍ଟନ କରି ବିଧାୟକ ପ୍ରାର୍ଥୀ ପ୍ରକାଶ କରିଛନ୍ତି କି କଂଗ୍ରେସ ରାଜ୍ୟରେ ଗରିବ ଙ୍କ ପାଇଁ ପାଞ୍ଚ ଶହ ଟଙ୍କା ରେ ରନ୍ଧନ ଗ୍ୟାସ ପ୍ରଦାନ ସହ, ମହିଳା, ସରକାରୀ ଚାକିରିଆ, ବେକାରୀ,

ଭିନ୍ନକ୍ଷମ ଙ୍କ ସମେତ ସମାଜିକ ସୁରକ୍ଷା ଭତ୍ତା ବୃଦ୍ଧି, ବ୍ୟାଙ୍କ ଋଣ ଛାଡ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ, ଚାଷୀଙ୍କୁ ଗୁରୁତ୍ଵ କୃଷି ଋଣ ଛାଡ, ପଛୁଆ ବର୍ଗ ଙ୍କ ନିମନ୍ତେ ସରକାରୀ ଚାକିରୀ ରେ ୨୭ ଭାଗ ସଂରକ୍ଷଣ ଏହି ପରି ନଅ ଟି ଗ୍ୟାରେଣ୍ଟି ଦେଇଥିବା ଜଣାପଡିଛି। ଓଡ଼ିଶା ର ଭୋଟର ଏହି ପ୍ରତିଶ୍ରୁତି କିପରି ଗ୍ରହଣ କରୁଛନ୍ତି ନିର୍ବାଚନ ଫଳାଫଳ ରୁ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି। କିନ୍ତୁ ବିଧାୟକ ପ୍ରାର୍ଥୀ ଏହି ସମ୍ମିଳନୀ ରେ ଉପସ୍ଥିତ ରହି ଲୋକଙ୍କ ମନ ଜିଣିଥିବା ସାଧାରଣରେ ଆଲୋଚନା ହେବା ସହ ସମ୍ମିଳନୀ ରେ ଏହାର ପ୍ରଭାବ ପଡ଼ିଥିବା ଆଲୋଚନା ହେଉଛି।

No Result
View All Result