• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କରୋନା ସ୍ଥିତିରେ ଆସୁଛି ସୁଧାର ହିଞ୍ଜିଳିକାଟୁ ରୁ ରେଡ଼ ଜୋନ ହଟିବା ସମ୍ଭାବନା ରହିଛି

Proprietor Abhimanyu Maharana by Proprietor Abhimanyu Maharana
August 1, 2020
in ଓଡ଼ିଶା, ହୋମ୍
0
କରୋନା ସ୍ଥିତିରେ ଆସୁଛି ସୁଧାର ହିଞ୍ଜିଳିକାଟୁ ରୁ ରେଡ଼ ଜୋନ ହଟିବା ସମ୍ଭାବନା ରହିଛି
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୦୧ ଅଗଷ୍ଟ ଶନିବାର) ହିଞ୍ଜିଳିକାଟୁ :- ଦୀର୍ଘଦିନର ଅବସାନ ପରେ ହିଞ୍ଜିଳିକାଟୁ ଅଂଚଳରେ କରୋନା ପରିସ୍ଥିତିରେ କିଛିଟା ସୁଧାର ଆସିଛି । ଯାହା ଫଳରେ ପୌରାଂଚଳରୁ ରେଡ଼ଜୋନ ହଟାଯିବାର ସମ୍ଭାବନା ଅଧିକ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ, ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଭୟାବହତା ଲାଗି ରହିଛି । ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକରେ କରୋନା ପରିସ୍ଥିତି ଭୟଙ୍କର ଦେଖା ଦେଇଥିଲା । କରୋନାକୁ ପ୍ରତିହିତ କରିବା ଲାଗି ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଜୁନ ମାସ ଠାରୁ ହିଞ୍ଜିଳିକାଟୁ ଅଂଚଳରେ କରୋନାର ସ୍ଥିତି ଅତି ଭୟାବହ ଦେଖା ଦେଇଥିଲା । ୪ଟି ପର୍ଯ୍ୟାୟ ଲକଡ଼ାଉନ ଅବଧି ଶେଷ ପରେ ଜୁନ ମାସରେ ଅନଲକ-୧ କାର୍ଯ୍ୟକାରୀ କରାଯିବା ପରେ କଟକଣାରେ ସାମାନ୍ୟ କୋହଳ କରାଯାଇଥିଲା । ଏହାରି ଫଳରେ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷା ଏବହ ବିଭିନ୍ନ କରୋନା କଟକଣାକୁ ଅବମାନନା କରିବାକୁ ଲାଗିଲେ ।

ଜୁନ ମାସରେ ବିବାହ, ବ୍ରତ ଓ ଅନ୍ୟାନ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ରବସାୟିକ ପ୍ରତିଷ୍ଠାନ ଗୁଡିକରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା । ବହୁ ବ୍ୟବସାୟୀ ବାହାରପଟୁ ତାଲା ବନ୍ଦ କରି ଭିତରପଟେ ବ୍ୟବସାୟ ଚଲାଉଥିବାର ନଜିର ରହିଥିଲା । ନିକଟସ୍ଥ ଗ୍ରାମାଂଚଳର ବହୁ କ୍ଷୁଦ୍ର ବ୍ୟବସାୟୀ ସ୍ଥାନୀୟ ପୌରାଂଚଳକୁ ଆସି ବେପାର ବଣିଜ କରିବା ସହ ସଙ୍ଗରୋଧ କେନ୍ଦ୍ରରେ ଅବଧି ପୁରଣ କରିବା ପରେ ପ୍ରବାସୀ ମାନେ ନିର୍ଦ୍ଧିଷ୍ଟ ସମୟ ହୋମ କ୍ୱରେଂଟାିନରେ ନରହି ବାହାରେ ବୁଲାବୁଲି କରିବା ଫଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତ ଅଣାୟତ ହୋଇପଡ଼ିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଜୁନ ୨୮ ତାରିଖ ଠାରୁ ପୌରାଂଚଳର ୪ଟି ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥର ବଇଁଚବଣିଆ ଛକ ଠାରୁ ଆରଏମସି ଛକ, ୩୬ ନଂ ରାଜ୍ୟ ରାଜପଥର ପରିବା ବଜାର ଠାରୁ ହିଞ୍ଜିଳି ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ପୌରାଂଚଳର ୩କିମି ପରିଧି ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା । ଏଥି ସହ ପୌରାଂଚଳର ୧୫ଟି ୱାର୍ଡ଼କୁ ରେଡ଼ ଜୋନ ଭାବେ ଘୋଷଣା କରାଯାଇଥିଲା । କଂଟେନମେଂଯ ଜୋନ ଘୋଷିତ ହେବା ପରେ ରେଡ଼ଜୋନ ଭୁକ୍ତ ୱାର୍ଡ଼ ଗୁଡ଼ିକର ପ୍ରବେଶ ପଥ ଗୁଡ଼ିକ ପୌର ପ୍ରଶାସନ ପକ୍ଷରୁ ବାଉଁଶବାଡ଼ ସହାୟତାରେ ସିଲ କରାଯାଇଥିଲା ।

ଔଷଧ ଦୋକାନ ବ୍ୟତିତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଯାନବାହାନ, ବ୍ୟାଙ୍କ ଓ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିସକ ସମ୍ପୁର୍ଣ୍ଣ ବନ୍ଦ ରଖାଯାଇଥିଲା । ଖାଉଟିଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ଲକ୍ଷ୍ୟରେ ପୌର ପ୍ରଶାସନ ପକ୍ଷରୁ ଟୋଲ ଫ୍ରୀ ନମ୍ବର ଜାରି କରାଯିବା ସହ ସାଇକେଲ ଓ ରିକ୍ସା ଯୋଗେ ସାହି ସାହିକୁ ବୁଲି ପନିପରିବା ବିକ୍ରି କରିବା ସକାଶେ ୩୬ ଜଣ ବ୍ରବସାୟୀଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା । ଜୁଲାଇ ମାସ ଆରମ୍ଭରୁ କରୋନା ଆକ୍ରାନ୍ତରେ ମୃତ୍ୟକୁ ନେଇ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । କରୋନା ସଂକ୍ରମଣରେ ବହୁ ବ୍ୟକ୍ତି ଆକ୍ରାନ୍ତ ହେବା ସହ ପୌର କର୍ମଚାରୀ, ଔଷଧ ଦେକାନୀ, ଗଣମାଧ୍ୟଢ଼ ପ୍ରତିନିଧି, ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହେବା ସହ କିଛି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ପ୍ରଶାସନ ପକ୍ଷରୁ କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଥର୍ମାଲ ସ୍କ୍ରିନିଂ, ଆଂଟିଜେନ ଟେଷ୍ଟ ବ୍ୟାପକ କରାଯିବା ସହ ଲକ୍ଷଣ ପ୍ରକାଶ ଥିବା ବ୍ୟକ୍ତିଙ୍କୁ କୋଭିଡ଼ କେୟାର ହୋମ ଓ କୋଭିଡ଼-୧୯ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା ।

ଜୁଲାଇ ମାସ ୩ୟ ସପ୍ତାହରେ ସଂକ୍ର୍ରମଣ ପରିସ୍ଥିତିରେ ସାମାନ୍ୟ ହ୍ରାସ ହେବା ସହ ବହୁ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଏହାକୁ ଆଖି ଆଗରେ ରଖି ଜୁଲାଇ ୨୧ ତାରିଖରେ ପୌରାଂଚଳର ମୁଖ୍ୟ ରାସ୍ତା ୫୯ ନଂ ଜାତୀୟ ରାଜପଥର ବଇଁଚବଣିଆ ଛକ ଠାରୁ ଆରଏମସି ଛକ ପର୍ଯ୍ୟନ୍ତ ଅଂଚଳକରେ କରୋନା କଟକଣାକୁ ଉଛେଦ କରାଯାଇଥିଲା । ପୌରାଂଚଳର ୧୫ଟି ୱାର୍ଡ଼କୁ ରେଡ଼ ଜୋନ ଭାବେ ଘୋଷିତ କରାଯାଇଥବା ଅଂଚଳରେ ଯଥାଶୀଘ୍ର ରେଡ଼ଜୋନ କଟକଣା ହଟାଯିବା ଲାଗି ପ୍ରଶାସନ ପକ୍ଷରୁ ଚିନ୍ତା କରାଯାଇଛି । ତେବେ ଏ ନେଇ ଶନିବାର ସୁଦ୍ଧା କୌଣସି ଲିଖିତ ନିର୍ଦ୍ଦେଶନାମା ଜାରି ହୋଇନାହିଁ । ରେଡ଼ ଜୋନ ଅବଧି ବୃଦ୍ଧି ନହୋଇପାରେ ଏବଂ ଅନଲକ-୩ ଅନୁସାରେ ପୂର୍ବଭଳି ବହୁ କଟକଣା ଲାଗୁ କରାଯିବ ବୋଲି ବିଡ଼ିଓ ପ୍ରସନ କୁମାର ପାତ୍ର କହିଛନ୍ତି । ( ରିପୋର୍ଟ-ଶେଷଦେବ ସାହୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିପାଟଣାରେ ବି ଜେ ଡି ମହିଳା ଶାଖାର ବିଶାଳ ଶୋଭାଯାତ୍ରା

ବାଲିପାଟଣାରେ ବି ଜେ ଡି ମହିଳା ଶାଖାର ବିଶାଳ ଶୋଭାଯାତ୍ରା

June 27, 2026
“ଆଶା” ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

“ଆଶା” ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

June 27, 2026
ମାଁ ଶୁକ୍ର ଶୁକ୍ରାଣୀଙ୍କ ଭୂମି ପୂଜନ ଉତ୍ସବରେ ଯୋଗ ଦେଲେ ବିଧାୟକ

ମାଁ ଶୁକ୍ର ଶୁକ୍ରାଣୀଙ୍କ ଭୂମି ପୂଜନ ଉତ୍ସବରେ ଯୋଗ ଦେଲେ ବିଧାୟକ

June 27, 2026
ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା : ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପରୁ ଆତ୍ମହତ୍ୟା ଅଭିଯୋଗ

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା : ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପରୁ ଆତ୍ମହତ୍ୟା ଅଭିଯୋଗ

June 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିପାଟଣାରେ ବି ଜେ ଡି ମହିଳା ଶାଖାର ବିଶାଳ ଶୋଭାଯାତ୍ରା

ବାଲିପାଟଣାରେ ବି ଜେ ଡି ମହିଳା ଶାଖାର ବିଶାଳ ଶୋଭାଯାତ୍ରା

June 27, 2026
“ଆଶା” ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

“ଆଶା” ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version