୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡଗାଁ :-> ଶରଣକୁଳ ଦକ୍ଷିଣାର୍ଦ୍ଧ ସୁଆରସାହି ଠାରେ ପ୍ରତିଷ୍ଠିତ ମା’ ବିରଜାଇ ଦେବୀ ଙ୍କ ପୀଠରେ ମହାବିଷୁବ ପଣା ଯାତ୍ରା ମହାସମାରୋହ ରେ ପାଳିତ ହୋଇଯାଇଛି । ରବିବାର ସକାଳେ ବେଦଜ୍ଞ ବ୍ରାହ୍ମଣ ତୋଷବନ୍ତ କର ଙ୍କ ଦ୍ଵାରା ନିକଟସ୍ଥ କୁସୁମୀ ନଦୀରୁ ଗ୍ରାମର ମହିଳା ଓ ପୁରୁଷ ମିଶି ୧୦୮ କଳସ ଜଳ ଏକ ଶୋଭାଯାତ୍ରାରେ ଆଣି ମା ଙ୍କ ପୀଠରେ ପହଞ୍ଚିଥିଲେ । ପରେ ପୂଜାର୍ଚ୍ଚନା କରାଯାଇ ଯଜ୍ଞରେ ଅଗ୍ନି ସ୍ଥାପନ ପୂର୍ବକ ସମସ୍ତ ଦେବାଦେବୀ ଙ୍କୁ ଘୃ୍ତlହୂତି ପ୍ରଦାନ କରାଯାଇ ଅପରାହ୍ନ ରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇ ଥିଲା ।
କର୍ତ୍ତା ପ୍ରଶାନ୍ତ କୁମାର ମିଶ୍ର ସମେତ ତୋଷବନ୍ତ କର , କୈଳାସ ମହାପାତ୍ର,ପ୍ରଭାତ କୁମାର ମହାପାତ୍ର, ପ୍ରଭାତ କୁମାର ବଡ଼ପଣ୍ଡା, ଶ୍ରୀଧର ମହାପାତ୍ର ପ୍ରମୁଖ ବ୍ରାହ୍ମଣ ମାନେ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ସନ୍ଧ୍ୟା ରେ ମନ୍ଦିର ରେ ପୂଜକ ପାପୁ ମହାପାତ୍ର ମା ଙ୍କୁ ପୂଜାର୍ଚ୍ଚନା ସହିତ ମହାଆଳତି କରିବା ପରେ ଠାକୁରାଣୀ ଙ୍କ ଚଳନ୍ତି ପ୍ରତିମା ବ୍ୟାଘ୍ର ବିମାନ ରେ ଉପବେସନ କରି ଏକ ପାଟୁଆରରେ ଭୋଗଲାଗି ପାଇଁ ବାହାରିଥିଲେ l ଏହି ଯାତ୍ରା ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ସୋମବାର ସନ୍ଧ୍ୟାରେ ରାମନାଟକ ପରିବେଷଣ କରାଯିବ l
ଗ୍ରାମ ସଭାପତି ମଦନସାହୁ,ସମ୍ପାଦକ କାଳୁ ଦାଶ ଓ କୋଷାଧକ୍ଷ କୈଳାସ ଗାଆଣ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସୁଆରସାହିର ସମସ୍ତ ଗ୍ରାମ ବାସୀ ସହଯୋଗ କରିଥିଲେ । ସେହିପରି ନିକଟସ୍ଥ ବାଉଁଶିଆ ଗ୍ରାମ ମା ବ୍ରାହ୍ମଣୀଦେବୀ,ଆଙ୍ଗିସିଙ୍ଗି ଗ୍ରାମ ମା ବିରଜାଈ,ଶିଖରପୁର ମା ତାରିଣୀ, ବଡ଼ପୁଟ ମା ତାରିଣୀ ଙ୍କ ପୀଠରେ ମହାବିଷୁବ ପଣା ଯାତ୍ରା ମହାସମାରୋହରେ ପାଳନ କରାଯାଇଛି l ସମସ୍ତ ଦେବୀ ଙ୍କ ପୀଠ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏଥି ସହିତ ମା ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରି ବିଭିନ୍ନ ପ୍ରକାର ସୁସ୍ୱାଦୁ ପଣା ପିଇବା ପାଇଁ ରବିବାର ସନ୍ଧ୍ୟା ରେ ଭିଡ ଲାଗି ରହିଥିବା ଦେଖିବାକୁମିଳିଛି l