No Result
View All Result
୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ପଞ୍ଚମୀ ତିଥିରେ ମା’ ସ୍କନ୍ଦ ମାତା ବେଶରେ ଦର୍ଶନ ଦେଇଥିଲେl ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା’ ଙ୍କୁ ମହାସ୍ନାନ କରାଯାଇ ସ୍କନ୍ଦ ମାତା ବେଶରେ ସଜ୍ଜିତ କରାଯାଇଥିଲା।ଗୁପ୍ତ ପୂଜା ପରେ ଦ୍ୱାର ଖୋଲାଯାଇ ମା ଦର୍ଶନ ଦେଇଥିଲେl ମା’ ଆଜି ଚତୁର୍ଭୁଜା,ସିଂହ ବାହିନୀ,ଉପର ଦୁଇ ହସ୍ତେ ପଦ୍ମ, ଡାହାଣ ହସ୍ତେ ସ୍କନ୍ଦ ବା କାର୍ତିକଙ୍କୁ ଧରିଥିବା ବେଳେ ବାମ ହସ୍ତ ଆଶୀର୍ବାଦ ମୁଦ୍ରାରେ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ବିଭୋର ହୋଇଥିଲେl

ଷୋଡଶ ଉପଚାର ପୂଜା ମହା ସପ୍ତ ସତି ସମ୍ପୂର୍ଣ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲାl ଆସନ୍ତା କାଲି ମା’ କାତ୍ୟାୟନୀ ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଥିଲେl ଆଜିର କାର୍ଯ୍ୟକ୍ରମକୁ ବିନୋଦ ଦାସ, ରାମଚନ୍ଦ୍ର ସାହୁ, ସମୀର ରଞ୍ଜନ ପଣ୍ଡା, ଶଶୀକାନ୍ତ ମହାପାତ୍ର,ଦିପୁ ପାଲ, ଦୀପ୍ତିମାନ ସାମନ୍ତରାୟ, ଜିତେନ୍ଦ୍ର କୁମାର ଜେନା, ବିଶ୍ବରଂଜନ ସାହୁ,ବିକାଶ ବେହେରା, ଅମରନାଥ ପାଟସାହାଣି, ସାହିଲ ସାହାଣୀ,ସାଇ ସଂସ୍କାର ସ୍ୱାଇଁ, ବିବେକ ଦଳାଇ,ସନିଆ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ ବୋଲି କମିଟି ସମ୍ପାଦକ ଲକ୍ଷ୍ମୀଧର ମହାନ୍ତି ସୂଚନା ଦେଇଛନ୍ତି।

No Result
View All Result